ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ:ଟ୍ରଫି ଉପରେ ସିନ୍ଧୁ ଓ ଶ୍ରୀକାନ୍ତଙ୍କ ନଜର

ଦୁବାଇ: ବୁଧବାରଠୁ ଆରମ୍ଭ ହେବ ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା। ପ୍ରଥମ ଥର ପାଇଁ ଏଠାରେ ଟ୍ରଫି ଜିତିବା ଲକ୍ଷ୍ୟରେ ରହିଛନ୍ତି ଦୁଇ ଭାରତୀୟ ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ। ଏଥି ସହିତ ୨୦୧୭ ବର୍ଷକୁ ସଫଳତାର ସହ ଶେଷ କରିବା ପାଇଁ ଉଭୟେ ଚାହିଁ ବସିଛନ୍ତି। ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ କୋରିଆ ଓପନ୍‌ ଜିତି ନେଇଥିଲା ବେଳେ ଗ୍ଲାସ୍‌ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍‌ରେ ଉପବିଜୟିନୀ ହୋଇଥିଲେ। ବିଶ୍ୱ ମାନ୍ୟତାର ଚତୁର୍ଥ ଶ୍ରୀକାନ୍ତ ଏକମାତ୍ର ଭାରତୀୟ ତଥା ବିଶ୍ୱର ଚତୁର୍ଥ ଖେଳାଳି ଭାବେ ଗୋଟିଏ ବର୍ଷ ୪ ସୁପର ସିରିଜ୍‌ ଟ୍ରଫି ଜିତିବାର ବିରଳ କୀର୍ତିମାନ ନିଜ ନାମରେ କରିଛନ୍ତି। ଶ୍ରୀକାନ୍ତ ଚଳିତ ବର୍ଷ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ, ଡେନ୍‌ମାର୍କ ଓ ଫ୍ରେଞ୍ଚ୍‌ ଓପନ୍‌ ଟ୍ରଫି କରାୟତ କରିଥିଲା ବେଳେ ଚାଇନା ଓ ହଂକଂରେ ଅଳ୍ପକେ ଟ୍ରଫି ହାସଲରୁ ବଞ୍ଚିତ ହୋଇଥିଲେ।

ସମ୍ବନ୍ଧିତ ଖବର