ଦୁବାଇ ଟେଷ୍ଟ୍‌ ତୃତୀୟ ଦିନ ୧୩ ୱିକେଟ୍‌

ଦୁବାଇ: ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଚାଲିଥିବା ଅଷ୍ଟ୍ରେଲିଆ- ପାକିସ୍ତାନ ଟେଷ୍ଟ୍‌ ମ୍ୟାଚ୍‌ର ତୃତୀୟ ଦିନରେ ୧୩ ୱିକେଟ୍‌ ଝଡ଼ିଛି। ପ୍ରଥମ ପାଳିରେ ପାକିସ୍ତାନ ୪୮୨ ରନ୍‌ କରିଥିଲା। ଜାବାବରେ ଅଷ୍ଟ୍ରେଲିଆ ୨୦୨ ରନ୍‌ରେ ସମସ୍ତ ୱିକେଟ୍‌ ହରାଇ ଫଲୋଅନ୍‌ ହୋଇଥିଲା। ହେଲେ ପାକିସ୍ତାନ ଫଲୋଅନ୍‌ ନ ଦେଇ ବ୍ୟାଟିଂ ଆରମ୍ଭ କରିଥିଲା। ମଙ୍ଗଳବାର ପୂର୍ବ ଦିନର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍‌ ଉସ୍‌ମାନ ଖାୱାଜା (୮୫) ଓ ଅରୋନ ଫିଞ୍ଚ୍‌ (୬୨) ପ୍ରଥମ ୱିକେଟ୍‌ ଭାଗିଦାରୀରେ ୧୪୨ ଯୋଡ଼ି ଅଷ୍ଟ୍ରେଲିଆ ଲାଗି ଦୃଢ଼ ମୂଳଦୁଆ ପକାଇଥିଲେ। ଫିଞ୍ଚ୍‌ଙ୍କୁ ମହମ୍ମଦ ଆବାସ ଆଉଟ୍‌ କରିବା ପରେ ପାକିସ୍ତାନର ୱିକେଟ୍‌ ତାସ୍‌ ଘର ପରି ଘୁସୁଡ଼ି ଯାଇଥିଲା।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ପ୍ରଥମ ପାଳି: ୪୮୨ (ମହମ୍ମଦ ହାଫିଜ-୧୨୬, ହାରିସ୍ ସୋହେଲ-୧୧୦, ପିଟର୍ ସିଡଲ୍-୩/୫୮, ନାଥନ୍ ଲିଅନ୍-୨/୧୧୪)। ଦ୍ବିତୀୟ ପାଳି: ୧୬.୨ ଓଭର ୪୫/୩ (ଇମାମ ଉଲ୍‌ ହକ୍‌ ୨୩*, ମହମ୍ମଦ ହାଫିଜ୍‌ ୧୭, ସିଡଲ୍‌ ୨/୯, ଲିଅନ୍‌ ୧/୨୩) ଅଷ୍ଟ୍ରେଲିଆ ପ୍ରଥମ ପାଳି: ୨୦୨ (ଉସ୍‌ମାନ ଖାୱାଜା-୮୫, ଅରୋନ ଫିଞ୍ଚ୍‌-୬୨, ବିଲାଲ ଅସିଫ୍‌ ୬/୩୬, ମହମ୍ମଦ ଆବାସ ୪/୨୯)।

ସମ୍ବନ୍ଧିତ ଖବର