duleep trophyଅଲୁର (କର୍ଣ୍ଣାଟକ): ୪ ଦିନିଆ ଦଲିପ୍ ଟ୍ରଫିର ଦ୍ବିତୀୟ ମୁକାବିଲାରେ ଉଭୟ ଦଳରୁ ଗୋଟିଏ ଲେଖାଏଁ ଶତକ ଦେଖିବାକୁ ମିଳିଛି। ପ୍ରଥମେ ଇଣ୍ଡିଆ ରେଡ୍ ପକ୍ଷରୁ ଅଙ୍କିତ କାଲ୍ସି (୧୦୬) ଶତକ ଜମାଇଥିଲା ବେଳେ ତାଙ୍କ ଦଳ ପ୍ରଥମ ପାଳିରେ ୨୮୫ ରନ୍ କରିଥିଲା। ଜବାବରେ ଇଣ୍ଡିଆ ବ୍ଲୁ ପକ୍ଷରୁ ଅଙ୍କିତ ବାୱେଁ (୧୨୧*) ଅପରାଜିତ ଶତକ ହାସଲ କରିଛନ୍ତି। ଏହାସତ୍ତ୍ବେ ବ୍ଲୁ ଦଳ ପ୍ରଥମ ପାଳିରେ ୩୦ ରନ୍ ପଛରେ ଅଟକି ଯାଇଥିଲା। ବାୱେଁଙ୍କ ଅପରାଜିତ ଶତକ ସାଙ୍ଗକୁ ଅନ୍ମୋଲପ୍ରୀତ୍ ସିଂହ (୫୬)ଙ୍କ ଅର୍ଧଶତକ ଯୋଗୁଁ ବ୍ଲୁ ଦଳ ରବିବାର ତୃତୀୟ ଦିବସରେ ତା’ ପ୍ରଥମ ପାଳିରେ ୨୫୫ ରନ୍ କରିପାରିଥିଲା। ଶେଷ ୬ ବ୍ୟାଟ୍ସମ୍ୟାନ୍ଙ୍କ ମଧ୍ୟରୁ କେହି ବି ଏକ ଅଙ୍କ ଟପି ପାରିନଥିଲେ। ହେଲେ ଉଭୟ ବାୱେଁ ଓ ଅନ୍ମୋଲ୍ପ୍ରୀତ୍ ଚତୁର୍ଥ ୱିକେଟ୍ରେ ୧୨୯ ରନ୍ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଦ୍ବିତୀୟ ଦିବସ ସ୍କୋର୍ ୭୪/୩ରୁ ଖେଳିଥିବା ବ୍ଲୁ ଦଳ ତୃତୀୟ ଦିବସରେ ଅବଶିଷ୍ଟ ୭ ୱିକେଟ୍ ହରାଇବା ପୂର୍ବରୁ ୧୮୧ ରନ୍ ଯୋଡ଼ିଥିଲା। ଇଣ୍ଡିଆ ରେଡ୍ ପକ୍ଷରୁ ଅଭେଶ ଖାନ୍ (୨୦-୧-୫୮-୪), ଅକ୍ଷୟ ୱାଖେରେ (୧୫-୩-୩୨-୩) ଏବଂ ଜୟଦେବ ଉନାଦ୍କଟ୍ (୧୭.୨-୩-୫୨-୩) ୧୦ ୱିକେଟ୍ ବାଣ୍ଟି ନେଇଥିଲେ।
ପ୍ରଥମ ପାଳିରେ ୩୦ ରନ୍ର ଅଗ୍ରଣୀ ପାଇଥିବା ରେଡ୍ ଦଳ ରବିବାର ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଦ୍ବିତୀୟ ପାଳିରେ ୨୨ ଓଭର ଖେଳି ୨ ୱିକେଟ୍ ବିନିମୟରେ ୯୩ ରନ୍ କରିଛି। ପ୍ରାରମ୍ଭିକ ଯୋଡ଼ି ଅଧିନାୟକ ପ୍ରିୟଙ୍କ ପାଞ୍ଚଲ୍ (୯) ଓ ଅଭିମନ୍ୟୁ ଈଶ୍ବରନ୍ (୧୮) ପାଭିଲିୟନ୍ ଫେରି ଯାଇଥିଲା ବେଳେ ପ୍ରଥମ ପାଳିରେ ମାତ୍ର ୧ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା କରୁଣ ନାୟାର ୪୩ ଓ ଅଙ୍କିତ କାଲ୍ସି ୨୧ ରନ୍ରେ ବ୍ୟାଟିଂ କରୁଛନ୍ତି। ଫଳରେ ରେଡ୍ ଦଳ ୮ ୱିକେଟ୍ ହାତରେ ଥାଇ ମୋଟ ଉପରେ ୧୨୩ ରନ୍ରେ ଆଗୁଆ ହୋଇଛି। ଦିବେଶ ପଠାଣିଆ ଓ ଜଲଜ୍ ସାକ୍ସେନା ଗୋଟିଏ ଲେଖାଏଁ ୱିକେଟ ପାଇଛନ୍ତି।
ଦଲିପ୍ ଟ୍ରଫି, ବାୱେଁଙ୍କ ଶତକ ସତ୍ତ୍ବେ ଇଣ୍ଡିଆ ବ୍ଲୁ ପଛୁଆ
/sambad/media/post_attachments/wp-content/uploads/2019/08/35908.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)