ଦଲୀପ ଟ୍ରଫି: ଗ୍ରିନ୍‌-ରେଡ୍‌ ମ୍ୟାଚ୍‌ ଅମୀମାଂସିତ

ଡିଣ୍ଡିଗୁଲ (ତାମିଲନାଡୁ): ଦଲୀପ ଟ୍ରଫି ଦିବାରାତ୍ର କ୍ରିକେଟ୍‌ ପ୍ରତିଯୋଗିତାର ଗ୍ରିନ୍‌ ଏବଂ ରେଡ୍‌ ମ୍ୟାଚ୍‌ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରଥମ ପାଳି ଅଗ୍ରଣୀ ନେଇଥିବା ରେଡ୍‌ ୩ ପଏଣ୍ଟ୍‌ ପାଇଥିଲା ବେଳେ ଗ୍ରିନ୍‌କୁ ୧ ପଏଣ୍ଟ୍‌ ମିଳିଛି। ପ୍ରଥମ ପାଳିରେ ରେଡ୍‌ ୩୩୭ ରନ୍‌ କରିଥିଲା ବେଳେ ଗ୍ରିନ୍‌ ୩୦୯ ରନ୍‌ କରିଥିଲା। ୨୮ ରନ୍‌ ଆଗୁଆ ଥିବା ରେଡ୍‌ ଦ୍ୱିତୀୟ ପାଳିରେ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୧ ଓ୍ଵିକେଟ୍‌ ବିନିମୟରେ ୨୬୨ ରନ୍‌ କରିଥିଲା। ସଂଜୟ ରାମସ୍ୱାମୀ (୧୨୩*) ଏବଂ ବାବା ଅପରାଜିତ (୧୦୧*) ଶତକ ହାସଲ କରିଥିଲେ। ୭ ଓ୍ଵିକେଟ୍‌ ନେଇଥିବା ରେଡ୍‌ର ରାଜନୀଶ ଗୁରବାଣୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ।

ସମ୍ବନ୍ଧିତ ଖବର