୧୫ ବର୍ଷ ମଧ୍ୟରେ ଆମେ ସବୁଠାରୁ ଭଲ ଟିମ୍‌: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: କମିଟି ଅଫ୍‌ ଆଡମିନିଷ୍ଟ୍ରେଟିଭ୍‌ (ସିଓଏ) ଭାରତୀୟ କ୍ରିକେଟ ଟିମ୍‌ର କୋଚ ରବି ଶାସ୍ତ୍ରୀଙ୍କୁ କହିଛି ଯେ, ପ୍ରଶଂସକଙ୍କୁ କହି ଦିଅନ୍ତୁ ଯେ, ଏହା ହେଉଛି ସର୍ବଶ୍ରେଷ୍ଠ ଟିମ ଅଥବା ନୁହେଁ। ଇଂଲଣ୍ଡରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖରାପ ପ୍ରଦର୍ଶନ ପରେ ଆଲୋଚକଙ୍କୁ ଶାସ୍ତ୍ରୀ କହିଥିଲେ, ବିଦେଶରେ ଭଲ ପ୍ରଦର୍ଶନ ମାମଲାରେ ଗତ ୧୫ ବର୍ଷ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ଟିମ୍‌।

ହାଇଦ୍ରାବାଦରେ ନିକଟରେ ଟିମ ମ୍ୟାନେଜମେଣ୍ଟ ଏବଂ ସିଓଏର ବୈଠକରେ ରବି ଶାସ୍ତ୍ରୀ ନିଜର ବୟାନକୁ ପୁନରାବୃତ୍ତି କରି କହିଥିଲେ ଗତ ୧୫ ବର୍ଷରେ ବିଦେଶରେ ପ୍ରଦର୍ଶନ ମାମଲାରେ ଏହା ସର୍ବଶ୍ରେଷ୍ଠ ଟିମ। ଶାସ୍ତ୍ରୀଙ୍କ ଟିପ୍ପଣୀ ପରେ ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର ଏବଂ ସୌରଭ ଗାଙ୍ଗୁଲି କଡ଼ା ପ୍ରତିକ୍ରିୟା ଦେଇଥିଲେ। ବୈଠକରେ ଉପସ୍ଥିତ ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଯେ, ଭାରତୀୟ ଗଣମାଧ୍ୟମ ସବୁବେଳେ ନିଜର ଖେଳାଳିଙ୍କୁ ନେଇ ଆଲୋଚନା କରିଥାଏ ବୋଲି ଶାସ୍ତ୍ରୀ କୁହନ୍ତି। ସେ କହୁଛନ୍ତି, ଏହି ଟିମ ଗତ ୧୫ ବର୍ଷ ମଧ୍ୟରେ ବିଦେଶରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛି।

ସୂଚନାଯୋଗ୍ୟ ଇଂଲଣ୍ଡରେ ଭାରତ ୧-୪ରେ ଟେଷ୍ଟ ଶୃଙ୍ଖଳା ହାରିବା ପରେ ପ୍ରଶଂସକ ଓ କ୍ରିକେଟ ବିଶେଷଜ୍ଞମାନେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଆଲୋଚନା ଏବଂ ସମାଲୋଚନା କରିଥିଲେ। ବୈଠକରେ ଉପସ୍ଥିତ ଜଣେ ଅଧିକାରୀ କହିଛନ୍ତି, ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କୁ କୁହାଯାଇଛି ଯେ, ଭାରତୀୟ ଟିମ୍‌କୁ ଆବଶ୍ୟକ ସୁବିଧା ଦିଆଯାଉଛି। ଏଥି ପାଇଁ ପଡ଼ିଆରେ ସେମାନଙ୍କ ପ୍ରଦର୍ଶନ ନଜର ଆସିବା ଦରକାର। ଅଧିକାରୀ କହିଛନ୍ତି, ବୈଠକରେ ଜଣେ ବରିଷ୍ଠ ସଦସ୍ୟ ଶାସ୍ତ୍ରୀ-କୋହଲିଙ୍କୁ କହିଛନ୍ତି, ବିସିସିଆଇ ଚାହୁଁଛି ଯେ, ଟିମ୍‌ ବିଦେଶରେ ଭଲ ପ୍ରଦର୍ଶନ କରୁ।

ସମ୍ବନ୍ଧିତ ଖବର