ଜାକର୍ତ୍ତା: ମେଜର ଧ୍ୟାନ ଚାନ୍ଦଙ୍କ ଜୟନ୍ତୀ ତଥା ଭାରତର ଜାତୀୟ କ୍ରୀଡ଼ା ଦିବସରେ ବୁଧବାର ଓଡ଼ିଆ ଝିଅ ଦେଶ ପାଇଁ ରୌପ୍ୟ ପଦକ ଆଣିଛନ୍ତି। ଇଣ୍ଡୋନେସିଆର ଜାକର୍ତ୍ତା ଓ ପାଲେମବାଙ୍ଗ ଠାରେ ଅନୁଷ୍ଠିତ ଅଷ୍ଟାଦଶ ଏସୀୟ କ୍ରୀଡ଼ାର ମହିଳା ୨୦୦ ମିଟର ଫାଇନାଲରେ ଦୂତି ଏହି ସଫଳତାର ଅଧିକାରିଣୀ ହୋଇଛନ୍ତି। ଦୂତି ୨୦୦ ମିଟରକୁ ୨୩.୨୦ ସେକେଣ୍ଡରେ ଅତିକ୍ରମ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଏସୀୟ କ୍ରୀଡ଼ାରେ ସଫଳତା ପାଇଁ ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭକାମନା ଜଣାଇଛନ୍ତି। କେନ୍ଦ୍ର ପେଟ୍ରୋଲିମୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
??
CONGRATULATIONS!!
SILVER?FOR #INDIA ??!#DuteeChand wins silver in women’s 200 m final. #AsianGames2018 #AsianGames pic.twitter.com/o0JUdn2xBw— Doordarshan National (@DDNational) August 29, 2018
ଦୂତି ଚାନ୍ଦ ୩ ଦିନ ତଳେ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ଆଣିଥିଲେ। ୨୦୦ ମିଟର ସେମିଫାଇନାଲରେ ଦୂତି ପ୍ରଥମ ହୋଇ ଫାଇନାଲରେ ପ୍ରବେଶ କରିଥିଲେ।
Congratulations! #DuteeChand for winning silver medal for India in 200m race #AsianGames2018 #AsianGames pic.twitter.com/CpdjzKWdW3
— Sudarsan Pattnaik (@sudarsansand) August 29, 2018
ଏସୀୟ କ୍ରୀଡ଼ାରେ ୨ଟି ରୌପ୍ୟ ପଦକ ଜିତି ଇତିହାସ ରଚିବା ପରେ ଦୂତିଙ୍କ ନିକଟଙ୍କୁୁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି। ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସ୍ୱତନ୍ତ୍ର ବାଲୁକା ସ୍ତୁପ ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି।