ହାଇଦ୍ରାବାଦରେ ଦୂତିଙ୍କୁ ସମ୍ବର୍ଧନା

ଭୁବନେଶ୍ୱର : ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କୁ ଶନିବାର ହାଇଦ୍ରାବାଦରେ ସ୍ୱାଗତ ସମ୍ବର୍ଧନା ଦିଆଯାଇଛି। ଶୁକ୍ରବାର ଓଡ଼ିଶା ଫେରିବା ପରେ ଦୂତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କିଟ୍‌ ଏବଂ କିସ୍‌ ପକ୍ଷରୁ ସମ୍ବର୍ଧନା ଦିଆଯାଇଥିଲା। ଶନିବାର ଦୂତି ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରିଥିଲେ। ହାଇଦ୍ରାବାଦ ବିମାନ ବନ୍ଦରରେ ହିଁ ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ), ମିନ୍ତ୍ରା ଫାଉଣ୍ଡେସନ୍‌ ଏବଂ ଗୋପୀଚାନ୍ଦ ଏକାଡେମି ପକ୍ଷରୁ ଦୂତି ଓ ତାଙ୍କ ପ୍ରଶୀକ୍ଷକ ନାଗପୁରୀ ରମେଶଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଧନା ଦିଆ ଯାଇଥିଲା। ସୂଚନାଯୋଗ୍ୟ ଯେ ଦୂତି ହାଇଦ୍ରାବାଦରେ ଥିବା ବ୍ୟାଡ୍‌ମିଣ୍ଟନ୍‌ ପ୍ରଶିକ୍ଷକ ପୁଲେଲା ଗୋପୀଚାନ୍ଦଙ୍କ ଏକାଡେମିରେ ରହି ଏସିଆଡ଼୍‍ ତଥା ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିାଯୋଗିତା ଲାଗି ପ୍ରସ୍ତୁତି କରୁଥିଲେ।

ସମ୍ବନ୍ଧିତ ଖବର