ଦୂତି, ଅମିୟ, ଜଉନା ଆଗେଇଲେ

ଭୁବନେଶ୍ୱର: ପାତିଆଲାରେ ସୋମବାରଠାରୁ ଆରମ୍ଭ ହୋଇଥିବା ୨୨ତମ ଜାତୀୟ ଫେଡେରେସନ୍‌ କପ୍‌ ଦୌଡ଼କୁଦରେ ଓଡ଼ିଆ ଖେଳାଳି ଦୂତି ଚାନ୍ଦ ଏବଂ ଅମିୟ ମଲ୍ଲିକ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗର ୧୦୦ ମିଟରର ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ହିଟ୍‌ସରେ ଦୂତି ୧୧.୭୦ ସେକେଣ୍ଡ୍‌ ସହ ପ୍ରଥମ ଭାବେ ଏବଂ ଅମିୟ ୧୦.୭୯ ସେକେଣ୍ଡ୍‌ ସହିତ ଷଷ୍ଠ ଶ୍ରେଷ୍ଠ ସମୟ ନେଇ ଉଠିଛନ୍ତି। ଜଉନା ମୁର୍ମୁ (୫୩.୬୧ ସେକେଣ୍ଡ୍‌) ୪୦୦ ମିଟର୍‌ ଫାଇନାଲ୍‌କୁ ଉଠିଥିବାବେଳେ ଡିସ୍‌କସ୍‌ର ପାର୍ବତୀ ସେଠୀ ସପ୍ତମରେ ସନ୍ତୁଷ୍ଟ ରହିଛନ୍ତି।

ସମ୍ବନ୍ଧିତ ଖବର