ଇଷ୍ଟବେଙ୍ଗଲକୁ ବିପୁଳ ସମର୍ଥନ

ଗୁରୁବାର ମ୍ୟାଚ୍‌ ଆରମ୍ଭରୁ ଆଇଲିଗ୍‌ ଦଳ ଇଷ୍ଟ୍‌ବେଙ୍ଗଲକୁ ବିପୁଳ ଦର୍ଶକ ସମର୍ଥନ ମିଳିଥିଲା। ବିଶେଷ କରି ପଶ୍ଚିମବଙ୍ଗରୁ ଆସିଥିବା ଏହି ଦଳର ସମର୍ଥକ କଳିଙ୍ଗ ଷ୍ଟାଡିୟମରେ ମନ୍ତ୍ରମୁଗ୍ଧ ଫୁଟ୍‌ବଲ୍‌ ମାହୋଲ ସୃଷ୍ଟି କରିଥିଲେ। ସେମାନଙ୍କ ଇଷ୍ଟ୍‌ବେଙ୍ଗଲ, ଇଷ୍ଟ୍‌ବେଙ୍ଗଲ ରଡ଼ିରେ ଷ୍ଟାଡିୟମ ପୂରା କମ୍ପି ଉଠିଥିଲା। ସବୁଠାରୁ ବଡ଼ କଥା ହେଲା ଏପ୍ରିଲ ପହିଲାର ମୋହନ ବାଗାନ-ଚର୍ଚିଲ ବ୍ରଦର୍ସ ମ୍ୟାଚ୍‌ ପରେ କଳିଙ୍ଗ ଷ୍ଟାଡିୟମରେ ଆଜି ସମ୍ଭବତଃ ସବୁଠାରୁ ଅଧିକ ଦର୍ଶକ ଥିଲେ। ଷ୍ଟାଡିୟମର ପଶ୍ଚିମ ଗ୍ୟାଲେରି ଇଷ୍ଟ୍‌ବେଙ୍ଗଲ ସମର୍ଥକଙ୍କ ପାଇଁ ପୂରା ଭରି ଯାଇଥିଲା। ସେମାନେ ପାଖାପାଖି ୧୫ଟି ବଡ଼ ବ୍ୟାନର ଲଗାଇ ନିଜ ଦଳର ଖେଳାଳିଙ୍କୁ ସମର୍ଥନ କରିଥିଲେ। ସୂଚନା ଯୋଗ୍ୟ ଯେ ମୋହନବାଗାନ ପରେ ଇଷ୍ଟ୍‌ବେଙ୍ଗଲ ଦେଶର ଅନ୍ୟତମ ପୂରାତନ ଫୁଟବଲ୍‌ କ୍ଲବ୍‌। ଏହି ଲୋକପ୍ରିୟ କ୍ଲବ୍‌ ୧୯୨୦ ମସିହାରେ ସ୍ଥାପିତ ହୋଇଥିଲା।

ସମ୍ବନ୍ଧିତ ଖବର