ପୂର୍ବାଞ୍ଚଳ ଏଲ୍‌ଆଇସି ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍‌ ଉଦ୍‌ଘାଟିତ

କଟକ: ଜବାହାରଲାଲ୍‌ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ପୂର୍ବାଞ୍ଚଳ ଏଲ୍‌ଆଇସି ବ୍ୟାଡମିଣ୍ଟନ ଓ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଛି। ମାନବ ସମ୍ବଳ ବିକାଶ ଆଞ୍ଚଳିକ ପ୍ରବନ୍ଧକ ଗୁର୍ବା ସୋରେନ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଦୁଇ ଦିନଧରି ଖେଳାଯିବାକୁଥିବା ପ୍ରତିଯୋଗିତାରେ ଉଭୟ ବିଭାଗରୁ ୧୧ ମଣ୍ଡଳୀରୁ ୨୫ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଶ୍ରେଷ୍ଠ ପ୍ରତିଯୋଗୀମାନେ ସର୍ବଭାରତୀୟ ଏଲ୍‌ଆଇସି କ୍ରୀଡ଼ାରେ ଭାଗନେବାକୁ ଯୋଗ୍ୟ ବିବେଚିତ ହେବେ ବୋଲି ସୂଚନା ଦିଆଯାଇଛି। ଉଦ୍‌ଘାଟନ ସମାରୋହରେ ଏଲ୍‌ଆଇସି କଟକ ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ତଥା ଆୟୋଜନ ସମିତି ଅଧ୍ୟକ୍ଷ ଅଶୋକ କୁମାର ରାଉତରାଏ, ଉପାଧ୍ୟକ୍ଷ ସୂର୍ଯ୍ୟନାରାୟଣ ପଣ୍ଡା, କଟକ ମଣ୍ଡଳର ବିପଣନ ପ୍ରବନ୍ଧକ ଅଶ୍ୱିନୀ କୁମାର ପଲାଇ, ନବ ବ୍ୟବସାୟ ପ୍ରବନ୍ଧକ ପବିତ୍ର କୁମାର ମିଶ୍ର ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର