ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍ ଆରମ୍ଭ

ଭୁବନେଶ୍ବର: ସ୍ଥାନୀୟ ସହିଦ ନଗର ଇନ୍‌ଡୋର ହଲ୍‌ରେ ଚାଲିଥିବା ସାଇ ବ୍ୟାଡ୍‌ମିଣ୍ଟନ୍ ଏକାଡେମି ପରିସରରେ ମଙ୍ଗଳବାରଠୁ ପୂର୍ବାଞ୍ଚଳ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ବରିଷ୍ଠ ମିଶ୍ରିତ ଦଳୀୟ ବର୍ଗରେ ପଶ୍ଚିମବଙ୍ଗ ୩-୦ରେ ବିହାରକୁ ପରାସ୍ତ କରି ସେମିଫାଇନାଲ୍‌ରେ ପ୍ରବେଶ କରିଛି। ବୁଧବାର ସେମିଫାଇନାଲ୍‌ ପଶ୍ଚିମବଙ୍ଗ-ଉତ୍ତରାଖଣ୍ଡ ଏବଂ ଝାଡ଼ଖଣ୍ଡ-ବିହାର ମଧ୍ୟରେ ଖେଳାଯିବ। କନିଷ୍ଠ ବର୍ଗରେ ଓଡ଼ିଶାକୁ ୧-୩ରେ ହରାଇ ଝାଡ଼ଖଣ୍ଡ ସେମିଫାଇନାଲ୍‌ରେ ପହଞ୍ଚିଥିଲା। ଏହି ଦଳ ଆସନ୍ତା କାଲି ସେମିଫାଇନାଲ୍‌ରେ ଉତ୍ତରପ୍ରଦେଶକୁ ଭେଟିବ।

ସମ୍ବନ୍ଧିତ ଖବର