ପୂର୍ବାଞ୍ଚଳ ବଲ୍‌ ବ୍ୟାଡ୍‌ମିଣ୍ଟନ:ଓଡ଼ିଶା ଉପବିଜେତା

ଭୁବନେଶ୍ୱର: ଚଳିତ ମାସ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ପଞ୍ଚଦଶ ପୂର୍ବାଞ୍ଚଳ ଜାତୀୟ ବଲ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶା ଉଭୟ ପୁରୁଷ ଓ ମହିଳା ବର୍ଗରେ ଉପବିଜେତା ହୋଇଛି। ଓଡ଼ିଶା ବଲ୍‌ ବ୍ୟାଡ୍‌ମିଣ୍ଟନ ସଂଘ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ୬ ରାଜ୍ୟର ଉଭୟ ପୁରୁଷ ଓ ମହିଳା ଦଳ ଅଂଶ ଗ୍ରହଣ କରିଥିଲେ। ସେଥିରେ ପଶ୍ଚିମବଙ୍ଗ ପୁରୁଷ ଓ ବିହାର ମହିଳା ବିଜେତା ଆଖା ହାତେଇଥିଲେ। ପିଏନ୍‌ ସାହୁ, ଅଜୟ ସାହୁ, ମୋନିକା ପରିହାର, ସୀମା ପ୍ରଧାନ ଓ ପ୍ରଫୁଲ୍ଲ ସାହୁ ପ୍ରତିଯୋଗିତା ପରିଚାଳନା କରିଥିଲେ। ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲା ବେଳେ ସୁଶାନ୍ତ କୁମାର ବିଶ୍ୱାଳ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ରହିଥିଲେ।

ସମ୍ବନ୍ଧିତ ଖବର