ପୂର୍ବାଞ୍ଚଳ ଖୋ ଖୋ: ଓଡ଼ିଶା ମହିଳା ବିଜେତା, ପୁରୁଷ ଉପବିଜେତା :ସସ୍ମିତା ନାଥଶର୍ମା ଶ୍ରେଷ୍ଠ ସ୍କୋରର୍‌

କଟକ: ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁରଠାରେ ଅନୁଷ୍ଠିତ ହୋଇଥିବା ଏକବିଂଶତମ ପୂର୍ବାଞ୍ଚଳ ଜାତୀୟ ବରିଷ୍ଠ ଖୋଖୋ ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ବିଜେତା ଓ ପୁରୁଷ ଦଳ ଉପବିଜେତା ହୋଇଥିଲେ। ଫାଇନାଲ୍‌ରେ ଓଡିଶା ମହିଳା ଦଳ ୧୮-୧୫ରେ ପଶ୍ଚିମବଙ୍ଗକୁ ଏବଂ ପୁରୁଷ ଦଳ ପଶ୍ଚିମବଙ୍ଗଠୁ ୧୪-୧୩ରେ ପରାସ୍ତ ହୋଇଥିଲା। ଓଡ଼ିଶା ମହିଳା ଦଳ ଲିଗ୍‌ ପର୍ଯ୍ୟାୟରେ ଆସାମ, ଝାଡଖଣ୍ଡ ଓ ତ୍ରିପୁରାକୁ ଯଥାକ୍ରମେ ୧୪-୯, ୧୩-୭ ଓ ୧୩-୧ ପଏଣ୍ଟରେ ହରାଇଥିଲା।

ସେମିଫାଇନାଲ୍‌ରେ ମଧ୍ୟପ୍ରଦେଶକୁ ୯-୨ ପଏଣ୍ଟ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେହିପରି ପୁରୁଷ ଦଳ ଲିଗ୍‌ ପର୍ଯ୍ୟାୟରେ ଆସାମ, ଝାଡଖଣ୍ଡ ଓ ତ୍ରିପୁରାକୁ ୧୬-୧୨, ୧୬-୧୫ ଓ ୧୨-୧ ପଏଣ୍ଟରେ ଏବଂ ସେମିଫାଇନାଲ୍‌ରେ ୧୮-୩ ପଏଣ୍ଟରେ ମଣିପୁରକୁ ପରାସ୍ତ କରି ଓଡ଼ିଶା ଫାଇନାଲରେ ପହଞ୍ଚିଥିଲା। ମହିଳା ଖେଳାଳି ସସ୍ମିତା ନାଥଶର୍ମା ଶ୍ରେଷ୍ଠ ସ୍କୋରର୍‌ ପୁରସ୍କାର ପାଇଥିବା ଓଡ଼ିଶା ଖୋଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ସୂଚନା ଦେଇଛନ୍ତି। ଓଡ଼ିଶା ଦଳର ଏହି ସଫଳତା ପାଇଁ ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି, ଓଡ଼ିଶା ଖୋଖୋ ସଂଘର ସଭାପତି ନାରାୟଣ ପାତ୍ର, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କ୍ରୀଡ଼ା ସଚିବ ବିଶାଲ ଦେବ, ଓଡ଼ିଶା ଖୋଖୋ ସଂଘର ମୁଖ୍ୟ ଉପଦେଷ୍ଟା ଆଶୀର୍ବାଦ ବେହେରା, କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର