ପୂର୍ବାଞ୍ଚଳ ସଫ୍‌ଟବଲ୍‌:ଓଡ଼ିଶା ମହିଳା ବିଜେତା

କଟକ: ମଣିପୁରର ଇମ୍ଫାଲଠାରେ ନବମ ପୂର୍ବାଞ୍ଚଳ ଜାତୀୟ ସଫ୍‌ଟବଲ୍‌ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଛି। ପ୍ରତିଯୋଗିତାରେ ଓଡ଼ିଶା ମହିଳା ଦଳ ବିଜେତା ହୋଇଥିଲାବେଳେ ପୁରୁଷ ଦଳ ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଛି। ମହିଳା ଦଳ ପ୍ରଥମ ମ୍ୟାଚରେ ମଣିପୁରକୁ ୪-୩ରେ ହରାଇ ଅଭିଯାନ ଆରମ୍ଭ କରିଥିଲାବେଳେ ବେଙ୍ଗଲକୁ ୧୦-୦ରେ ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲେ। ଫାଇନାଲ୍‌ରେ ମଣିପୁରକୁ ୮-୦ ରେ ହରାଇ ବିଜେତା ହୋଇଥିଲା। ସେହିପରି ପୁରୁଷ ଦଳ ପ୍ରଥମ ମ୍ୟାଚରେ ନାଗାଲାଣ୍ଡକୁ ୫-୩ରେ ହରାଇଥିଲା। ଦ୍ୱିତୀୟ ମ୍ୟାଚରେ ପଶ୍ଚିମବଙ୍ଗକୁ ୧୦-୦ରେ ହରାଇ ଓଡ଼ିଶା ସେମିଫାଇନାଲ୍‌ରେ ପ୍ରବେଶ କରିଥିଲା। ତେବେ ସେମିଫାଇନାଲ୍‌ରେ ଆସାମଠୁ ୨-୪ରେ ହାରିଯାଇ ଓଡ଼ିଶା ତୃତୀୟ ସ୍ଥାନ ପାଇଁ ନାଗାଲାଣ୍ଡ ସହ ବିପକ୍ଷରେ ମ୍ୟାଚ ଖେଳିଥିଲା। ଏହି ମ୍ୟାଚକୁ ଓଡ଼ିଶା ୫-୪ରେ ଜିତିଯାଇଥିଲା।

ସମ୍ବନ୍ଧିତ ଖବର