ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌: ଓୟୁଏଟି, ରେଭେନ୍‌ସା ଓ ଶ୍ରୀ ଶ୍ରୀ ହାରିଲେ

ଭୁବନେଶ୍ୱର: ପୂର୍ବାଞ୍ଚଳ ଅନ୍ତଃବିଶ୍ୱବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ଚତୁର୍ଥ ଦିବସରେ ଓଡ଼ିଶାର ଜିଏମ୍‌ (ଗଙ୍ଗାଧର ମେହେର) ବିଶ୍ୱବିଦ୍ୟାଳୟ ସମ୍ବଲପୁର ଓ୍ଵାକ୍‌ ଓଭର ପାଇ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ବେଳେ ଓୟୁଏଟି (ଭୁବନେଶ୍ୱର), ରେଭେନ୍‌ସା (କଟକ) ଓ ଶ୍ରୀ ଶ୍ରୀ (କଟକ) ପରାଜୟର ସାମ୍‌ନା କରିଛନ୍ତି। ବସ୍ତର ବିଶ୍ୱବିଦ୍ୟାଳୟର ଅନୁପସ୍ଥିତି ଯୋଗୁଁ ଜିଏମ୍‌ ଓ୍ଵାକ୍‌ ଓଭର ପାଇଥିଲା ବେଳେ ଓୟୁଏଟି ୭ ଓ୍ଵିକେଟ୍‌ରେ ବୀର କନ୍‌ଓ୍ଵର ସିଂହ ବିଶ୍ୱବିଦ୍ୟାଳୟଠୁ, ରେଭେନ୍‌ସା ୮ ଓ୍ଵିକେଟ୍‌ରେ ବିନୋବା ଭାବେଠୁ ଏବଂ ଶ୍ରୀ ଶ୍ରୀ ୭ ଓ୍ଵିକେଟ୍‌ରେ ସର୍ଗୁଜାଠୁ ହାରିଯାଇଛି। ଅନ୍ୟ ମ୍ୟାଚ୍‌ଗୁଡ଼ିକରେ ଆଇଜିଏନ୍‌ଟିୟୁ (ଅମରକଣ୍ଟକ) ୬୪ ରନ୍‌ରେ ଆଇଆଇଇଏସ୍‌ଟି ଶିବପୁରକୁ, ଉତ୍ତର ବେଙ୍ଗଲ ବିଶ୍ୱବିଦ୍ୟାଳୟ ୫ ଓ୍ଵିିକେଟ୍‌ରେ ଏପିଏସ୍‌ (ରେଓ୍ଵା)କୁ ପରାସ୍ତ କରିଛି।

ସମ୍ବନ୍ଧିତ ଖବର