ଇଷ୍ଟର୍ନ ଇଣ୍ଡିଆ ସୁନ୍ଦର ସ୍ବାସ୍ଥ୍ୟ ଜନ୍ମେଜୟଙ୍କୁ କାଂସ୍ୟ

ଭୁବନେଶ୍ବର: ଓଡ଼ିଆ ତାରକା ଜନ୍ମେଜୟ ମହାନ୍ତି ୧୫ତମ ଇଷ୍ଟର୍ନ ଇଣ୍ଡିଆ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତାରେ କାଂସ୍ୟ ପଦକ ଜିତିଛନ୍ତି। ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗିତା ସିଲିଗୁଡ଼ି (ଦାର୍ଜିଲିଂ)ଠାରେ ଆୟୋଜିତ ହୋଇଥିଲା। ମୁଁ କାଂସ୍ୟ ନୁହେଁ ଏହାଠୁ ଭଲ କରିପାରିଥାନ୍ତି। ହେଲେ ନିୟମ ଅନୁସାରେ ୫ କେଜି ଓଜନ ତଫାତ୍‌ରେ ପ୍ରତିଯୋଗିତା ହେବା କଥା। କିନ୍ତୁ ୭୫ କେଜି ପର୍ଯ୍ୟନ୍ତ ଏହା ଠିକ୍‌ ଥିଲା। ଏହା ପରଠୁ ସିଧାସଳଖ ୭୫ରୁ ୧୦୦ କେଜି ଓଜନ ମଧ୍ୟରେ ଗୋଟିଏ ବର୍ଗ ପ୍ରତିଯୋଗିତା ହୋଇଥିଲା। ମୋ ବର୍ଗ ୮୦-୮୫ ମଧ୍ୟରେ ଥିବାରୁ ଏଭଳି ଫଳାଫଳ ମିଳିଲା ବୋଲି ଜନ୍ମେଜୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର