ଇଡେନ୍ ଘଣ୍ଟି ବଜାଇଲେ ଆଝାରୁଦ୍ଦିନ, ଗମ୍ଭୀରଙ୍କ ବିରୋଧ

କୋଲକାତା: ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ଐତିହାସିକ ଇଡେନ୍ ଗାର୍ଡେନର ମ୍ୟାଚ୍ ଆରମ୍ଭ ସୂଚକ ଘଣ୍ଟି ବଜାଇଥିଲେ। ହେଲେ ଏହାକୁ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ବିରୋଧ କରିଛନ୍ତି। ମ୍ୟାଚ୍ ପିକ୍ସିଂର କଳଙ୍କ ଲାଗିଥିବା ଆଝାରଙ୍କୁ ଏହି ସୁଯୋଗ ଦେବା ଠିକ୍ ହୋଇ ନାହିଁ ବୋଲି ଗମ୍ଭୀର କହିଛନ୍ତି। ସେ ଟ୍ବିଟ୍ କରିଥିଲେ ଯେ ଭାରତ ଜିତିଥାଇପାରେ, ହେଲେ ବିସିସିଆଇ ସିଓଏ ଓ ସିଏବି ହାରିଛନ୍ତି। ଲାଗୁଛି ଦୁନୀତି ଖୋରଙ୍କୁ ବରଦାସ୍ତ କରାଯିବ ନାହିଁ ବୋଲି ଦିଆଯାଉଥିବା ସ୍ଲୋଗାନ କେବଳ ଲୋକ ଦେଖାଣିଆ ମାତ୍ର। ସୂଚନା‌ଯୋଗ୍ୟ ଯେ ୨,୦୦୦ ମସିହାର ମ୍ୟାଚ୍ ଫିକ୍ସିଂ ବିବାଦରେ ଛନ୍ଦି ହେବା ପରେ ବିସିସିଆଇ ଆଝାରଙ୍କୁ ଆଜୀବନ ବାସନ୍ଦ କରିଥିଲା। ହେଲେ ୨୦୦୭ରେ ଆନ୍ଧ୍ର ଉଚ୍ଚ ନ୍ୟାୟାଳୟ ତାଙ୍କୁ ଦୋଷମୁକ୍ତ କରିଥିଲା। ତଥାପି ବିସିସିଆଇ ତାଙ୍କୁ ନିଜର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ରଖି ଆସୁଥିଲା।

ସମ୍ବନ୍ଧିତ ଖବର