ଭୁବନେଶ୍ୱର: ଭଗବତପୁର କଣ୍ଟାବାଡ଼ ଏକଲବ୍ୟ ସ୍ପୋର୍ଟସ ପକ୍ଷରୁ ଅନୁଷ୍ଠିତ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଛି। ଫାଇନାଲ ମ୍ୟାଚ୍ରେ କୁଜିମହଲ ୧-୦ ଗୋଲ୍ରେ ପୋଡ଼ାପଡ଼ାକୁ ହରାଇ ଚଳିତ ବର୍ଷର ୨୭ ତମ ଏକଲବ୍ୟ କପ୍ ବିଜେତା ହୋଇଛି। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ବିଜେଡି ସମ୍ପାଦକ ଆଶିଷ ମିଶ୍ରଙ୍କ ସହ କଣ୍ଟାବାଡ଼ ସରପଞ୍ଚ ଭାବଗ୍ରାହୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଡାକ୍ତର ବେହେରା,‘ସିରା’ ଅଧ୍ୟକ୍ଷ ଦିଲ୍ଲୀପ ପଣ୍ଡା, ଏକଲବ୍ୟ ସେନା ଓଡ଼ିଶା ଅଧ୍ୟକ୍ଷ ଲକ୍ଷ୍ମୀଧର ବେହେରା, ବିଜେଡି ଛାତ୍ର ସଂଗଠନ ସାଧାରଣ ସମ୍ପାଦକ ରଜତ ଲେଙ୍କା, ଚକାଡୋଳା କ୍ଲବର କାଳନ୍ଦୀ ଦେହୁରୀ, ସ୍ବାମୀ ବିବେକାନନ୍ଦ କ୍ଲବର ସଭାପତି ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।