ଇଂଲଣ୍ଡ ଦଳ ଅପରିବର୍ତିତ

ଲଣ୍ଡନ,: ନଟିଂହାମରେ ଶନିବାରଠାରୁ ଆରମ୍ଭ ହେବାକୁ ଥିବା ତୃତୀୟ ଟେଷ୍ଟ୍‌ ଲାଗି ଇଂଲଣ୍ଡ ଅପରିବର୍ତିତ ଦଳ ଘୋଷଣା କରିଛି। ଅଦାଲତ ମାମଲା ପାଇଁ ଦ୍ୱିତୀୟ ଟେଷ୍ଟ୍‌ରୁ ବାଦ ପଡ଼ିଥିବା ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ଏହି ମୁକାବିଲାରୁ ମଧ୍ୟ ଦୂରେଇ ରଖା ଯାଇଛି। ତାଙ୍କ ସ୍ଥାନ ନେଇଥିବା କ୍ରିସ୍‌ ଓକ୍ସ ଲର୍ଡସ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିବା ପରେ ନିଜ ସ୍ଥାନ ବଜାୟ ରଖିଛନ୍ତି। ଇଂଲଣ୍ଡ ଦଳ: ଜୋ ରୁଟ୍‌ (ଅଧିନାୟକ), ଆଲେଷ୍ଟର କୁକ୍‌, କେଟନ ଜେନିଙ୍ଗ୍ସ, ଓଲି ପୋପ୍‌, ଜନି ବେୟାରଷ୍ଟୋ, ଜୋସ୍‌ ବଟଲର, କ୍ରିସ୍‌ ଓକ୍ସ, ସାମ୍‌ କରନ, ଆଦିଲ ରସିଦ, ଷ୍ଟୁଆର୍ଟ ବ୍ରଡ୍‌, ଜେମ୍ସ ଆଣ୍ଡରସନ୍‌, ମୋଇନ ଅଲ୍ଲୀ, ଜାମି ପୋର୍ଟର।

ସମ୍ବନ୍ଧିତ ଖବର