ନୂଆଦିଲ୍ଲୀ : ଆଜି ଆଇସିସି ବିଶ୍ୱକପ-୨୦୧୯ର ଫାଇନାଲ ଲଣ୍ଡନର ଲାର୍ଡସରେ ଖେଳାଯାଇଥିବା ବେଳେ ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ ଜାରି ରହିଛି । ଯେଉଁ ଦଳର ବିଶ୍ୱକପ-୨୦୧୯ ଜିତିବ ତାକୁ କେତେ ଟଙ୍କା ଏବଂ ଯେଉଁ ଦଳର ହାରିବ ତାକୁ କେତେ ଟଙ୍କା ଦିଆଯିବ, ସେ ବିଷୟରେ ଆସନ୍ତୁ ଜାଣିବା.....
ପ୍ରଥମ କଥା ହେଲା ଆଇସିସି ବିଶ୍ୱକପ-୨୦୧୯ର ସର୍ବମୋଟ ରାଶି ୬୯.୪୧କୋଟି ଟଙ୍କା ରହିଛି । ଯେଉଁ ଦଳ ବିଜୟ ହାସଲ କରିବ ତାକୁ ୨୮କୋଟି ଟଙ୍କ ଦିଆଯିବ । ଯେଉଁ ଦଳ ମ୍ୟାଚ୍ ହାରିବ, ତାକୁ ୧୩.୮କୋଟି ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି । ସେହିଭଳି ଭାବରେ, ନକ୍ଆଉଟ୍ରେ ପହଞ୍ଚିଥିବା ସବୁ ଟିମ୍କୁ ୭୦ଲକ୍ଷ ଟଙ୍କ ଦିଆଯିବା ସହ ସେମିଫାଇନାଲରେ ହାରିଥିବା ଟିମ୍ ଭାରତକୁ ୫.୬କୋଟି ଟଙ୍କା ମିଳିବ ବୋଲି ଜଣା ପଡ଼ିଛି ।
/sambad/media/post_attachments/wp-content/uploads/2019/07/787699-icc-cricket-world-cup-cs-8-300x168.jpg)
ବିଶ୍ୱକପ ଟ୍ରଫି କଥା କହିବାକୁ ଗଲେ, ଏବେ ଟ୍ରଫିରେ ସୁନା ଏବଂ ଚାନ୍ଦିର କାମ କରାଯାଉଛି । ଯାହାର ଓଜନ ୧୧କିଲୋ ହୋଇଥିବା ବେଳେ ଉଚ୍ଚତା ୬୦ସେଣ୍ଟିମିଟର ରହିଛି । ଆଇସିସି ବିଶ୍ୱକପର ଟ୍ରଫିର ନିୟମ ଅନୁଯାୟୀ, ବିଜୟୀ ଟିମ୍କୁ ଅସଲି ଟ୍ରଫି ଦିଆ ନଯାଇ ତାହାର ଅବିକଳ ଦିଶୁଥିବା ନକଲି ଟ୍ରଫି ଦିଆଯାଇଥାଏ । ବିଶ୍ୱକପର ଅସଲି ଟ୍ରଫି ଆଇସିସି ନିଜ ପାଖରେ ରଖିଥାଏ ।