ବିଶ୍ୱକପ କ୍ରିକେଟ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମ୍ୟାଚ ଚାଲିଥିବା ସମୟରେ ବିନା ପୋଷାକରେ ପଶି ନୃତ୍ୟ କରିଥିଲା ଏହି ସି ଏହି ବ୍ୟକ୍ତି

ଚେଷ୍ଟର-ଲି-ଷ୍ଟ୍ରିଟ : ଚେଷ୍ଟର-ଲି-ଷ୍ଟ୍ରିଟର ସ୍ଥାନୀୟ ରିଭରସାଇଡ ଷ୍ଟାଡିୟମଠାରେ ବୁଧବାର ବିଶ୍ୱକପ କ୍ରିକେଟର ଏକ ମହତ୍ତ୍ୱପୂର୍ଣ୍ଣ ମ୍ୟାଚ ଆୟୋଜକ ଇଂଲାଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିଲା। ଇଂଲଣ୍ଡ ଅଧିନାୟକ ଇଅନ ମୋର୍ଗାନ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେବା ପରେ ଇଂଲାଣ୍ଡର ଓପନରମାନେ ଦଳକୁ ଦୃଢ ମୂଳଦୂଆ ଦେଇଥିଲେ। ତେବେ ଇଂଲାଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଚେଷ୍ଟର-ଲି-ଷ୍ଟ୍ରିଟରେ ଖେଳା ଯାଉଥିବା ଆଇସିସି କ୍ରିକେଟ ଓ୍ଵାଲର୍ଡ କପ୍‌ର ମ୍ୟାଚରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହାକୁ ଦେଖି ଦର୍ଶକ ଓ ପଡ଼ିଆରେ ଉପସ୍ଥିତ ଥିବା ସମସ୍ତ ଲୋକ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ।

ମ୍ୟାଚରେ ନ୍ୟୁଜିଲାଣ୍ଡର ୩୪ ଓଭର ଚାଲିଥିବା ବେଳେ ଜଣେ ବ୍ୟକ୍ତି ବିନା ପୋଷାକରେ ସୁରକ୍ଷା ବାଡ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରି ପିଚରେ ନୃତ୍ୟ କରିବାକୁ ଲାଗିଥିଲା। ନ୍ୟୁଜିଲାଣ୍ଡର ବ୍ୟାଟିଂ ସମୟରେ ଏହି ବ୍ୟକ୍ତି ପଡ଼ିଆରେ ବିଭିନ୍ନ ରକମର କାରନାମା ଦେଖାଇବା ସହିତ ପଡ଼ିଆରେ ଦୌଡ଼ିବାକୁ ଲାଗିଥିଲା। ଏହି ଦୃଶ୍ୟକୁ ଦେଖି ସେଠାରେ ଉପସ୍ଥିତ ଥିବା ସମସ୍ତେ ଅସ୍ୱାଭାବିକ ଅନୁଭବ କରିବା ସହିତ ଅଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପଡ଼ିଆରେ ଖେଳ ଚାଲୁଥିବା ସମୟରେ ଏହି ବ୍ୟକ୍ତି ଏପରି କ’ଣ କରୁଛି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥିଲା। ଏହି କାରଣରୁ ଖେଳକୁ ପାଖାପାଖି ୫ମିନିଟ୍‌ ପାଇଁ ଅଟକା ଯାଇଥିଲା। ଶେଷରେ ସୁରକ୍ଷାକର୍ମୀ ଉକ୍ତ ବ୍ୟକ୍ତିଙ୍କୁ ଧରି ପୋଷାକ ପିନ୍ଧାଇ ପଡ଼ିଆ ବାହାରକୁ ଆଣିଥିଲେ।

ବୁଧବାର ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ହରାଇ ଇଂଲଣ୍ଡ ଲଗାତାର ଦୁଇଟି ବିଜୟ ହାସଲ କରିବା ସହ ସେମିଫାଇନାଲ୍‌ ଟିକେଟ ହାସଲ କରି ନେଇଛି। ଇଂଲଣ୍ଡ ବୁଧବାର ୩୦୬ ରନରେ ବିଜୟ ଲକ୍ଷ୍ୟ ଦେଇଥିଲା।

ସମ୍ବନ୍ଧିତ ଖବର