ଧୋନିଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ପର୍ଯ୍ୟାପ୍ତ ସମୟ ଅଛି: ସୌରଭ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କହିଛନ୍ତି, ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନେବାକୁ ଏବେ ପର୍ଯ୍ୟାପ୍ତ ସମୟ ଅଛି। ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଗାଙ୍ଗୁଲି କହିଛନ୍ତି, ଧୋନିଙ୍କ ଭବିଷ୍ୟତ ଉପରେ କିଛି ମାସ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଭାରତର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଥିଲେ ଯେ, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)-୨୦୨୦ ଠାରୁ ଧୋନୀଙ୍କ ଭବିଷ୍ୟତକୁ ନେଇ ସ୍ପଷ୍ଟ ଚିତ୍ର ଜଣାପଡ଼ିବ।

ଏବାବଦରେ ଗାଙ୍ଗୁଲିଙ୍କୁ ପଚରାଯିବାରୁ ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆମେ ଦେଖୁଛୁ ଯେ, କ’ଣ ହୋଇପାରିବ। ସବୁ କିଛି ସ୍ପଷ୍ଟ କିନ୍ତୁ କିଛି ପ୍ରସଙ୍ଗରେ ସର୍ବସାଧାରଣରେ ଆଲୋଚନା କରାଯାଇପାରିବ ନାହିଁ। ଏବେ ପର୍ଯ୍ୟାପ୍ତ ସମୟ ଅଛି। ନିଶ୍ଚିତ ଭାବେ କିଛି ମାସ ମଧ୍ୟରେ ଚିତ୍ର ସ୍ପଷ୍ଟ ହୋଇଯିବ। ଧୋନି ଭାରତର ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ୧୮ ରନ୍‌ ହାରିବା ପରେ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି।

୩୮ ବର୍ଷିଅ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଗତ କିଛି ଦିନ ହେବ ବହୁ ଚର୍ଚ୍ଚା ହେଉଛି। ଟିମ୍‌କୁ ତାଙ୍କର ଫେରିବାକୁ ନେଇ ଟିମ୍‌ର କୋଚ ଓ ମୁଖ୍ୟ ଚୟନକର୍ତ୍ତା ଭିନ୍ନ ପ୍ରକାରର ବୟାନ ଦେଇଥାନ୍ତି।

ସମ୍ବନ୍ଧିତ ଖବର