ସମସ୍ତଙ୍କର ନିଜସ୍ୱ ମତ ରହିଛି: ମହେନ୍ଦ୍ର ସିଂହ ଧୋନି

ଦୁବାଇ : ମହେନ୍ଦ୍ର ସିଂହ ଧୋନି ତାଙ୍କ ଅନ୍ତର୍ଜାତୀୟ ଟି-୨୦ ଖେଳରୁ ସନ୍ୟାସକୁ ନେଇ ଚାଲିଥିବା ସମାଲୋଚନାର ଉତ୍ତର ଦେଇଛନ୍ତି। ସେ ଶାନ୍ତିର ସହ ନିଜ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରୁ ସନ୍ୟାସ ନିଷ୍ପତ୍ତିକୁ ମଞ୍ଜୁର କରିବାକୁ ଅନୁରୋଧ କରି କହିଛନ୍ତି, “ସମସ୍ତଙ୍କର ନିଜସ୍ୱ ମତ ରହିଅଛି” ।

ଏ ବିଷୟରେ ଭାରତର କିଛି କିକ୍ରେଟ ଖେଳାଳି ଯେପରି କି ଅଜିତ ଅଗରକର, ଧୋନିଙ୍କ ଟି-୨୦ କ୍ୟାରିୟରକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏହା ସହ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ମଧ୍ୟ ସେହି ସମାନ ପ୍ରଶ୍ନ ଉଠାଇଛନ୍ତି। ତେବେ ଦୁଇଟି ବିଶ୍ୱକପ ବିଜେତା ଧୋନି ଏନେଇ ବିଚଳିତ ନହୋଇ ଅଗରକରଙ୍କୁ ଉତ୍ତର ଦେଇ କହିଛନ୍ତି , “ସମସ୍ତଙ୍କର ନିଜସ୍ୱ ମତ ରହିଛି ଏବଂ ଏହାକୁ ସମ୍ମାନ ଦେବା ଉଚିତ। ” ।
ଧୋନି ଅଧିନାୟକ ଭାବରେ ୨୦୦୭ ମସିହାରେ ଅନ୍ତର୍ଜାତୀୟ ଟି-୨୦ ବିଶ୍ୱକପ୍‌ର ଉଦଘାଟନ ମ୍ୟଚରେ ଭାରତକୁ ବିଜୟ ଦେଇଥିଲେ। ଏହାପରେ ୨୦୧୧ ମସିହାରେ ଓଡ଼ିଆଇ ବିଶ୍ୱକପ୍‌ ବିଜୟ କରିଥିଲେ କିନ୍ତୁ ୪୦ ରନ ଯୋଗୁଁ ଦ୍ୱିତୀୟ ଟି-୨୦ ନ୍ୟୁଜିଲାଣ୍ଡ ଠାରୁ ରାଜକୋଟରେ ଭାରତ ପରାସ୍ତ ହୋଇଥିଲା। ବର୍ତ୍ତମାନ ବିରାଟ କୋହଲି ଅଧିନାୟକ ରହିଥିଲେ ମଧ୍ୟ ଏହି ପରାସ୍ତର କାରଣ ଧୋନିଙ୍କୁ କହୁଯାଇଥିଲା।
୩୬ ବର୍ଷିଅ ଧୋନି ପ୍ରେରଣା ଦେଇ କହିଛନ୍ତି, ” ଭାରତୀୟ କ୍ରିକେଟ ଟିମର ଅଂଶ ହେବ ଏକ ବଡ଼ ପ୍ରେରଣା ଦାୟକ କଥା । ଆପଣମାନେ ବହୁ କ୍ରିକେଟରଙ୍କୁ ଦେଖିଥିବେ ଯେଉଁମାନଙ୍କ ଉପରେ ଭଗବାନଙ୍କ କୃପା ନାହିଁ କିନ୍ତୁ ସେମାନେ ତାଙ୍କ ଆଗ୍ରହ ଦ୍ୱାରା ବହୁତ ଆଗକୁ ବଢ଼ି ପାରିଛନ୍ତି ଏବଂ ଭଲ କ୍ରିକେଟ ଖେଳୁଛନ୍ତି ”

ଦୁବାଇ ସ୍ଥିତ ପାସିଫିକ ଭେନଚର ଠାରେ ଧୋନି ତାଙ୍କର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଏକାଡ଼େମୀ ‘ଏମଏସ ଧୋନି କ୍ରିକେଟ ଏକାଡ଼େମୀ ‘ ଉଦଘାଟନ କରିଛନ୍ତି। “ମୁଁ ସର୍ବଦା ଫଳଠାରୁ ଏହାର ପାଇବାର ପ୍ରକ୍ରିୟାକୁ ମହତ୍ତ୍ୱ ଦେଇଥାଏ । ମୁଁ କେବେ ମଧ୍ୟ ଫଳ ବିଷୟରେ ଭାବି ନଥାଏ, ବରଂ ସେହି ସମୟରେ ଯାହା କରିବା ଠିକ ତାହା କରିଥାଏ। ସେ ଜିତିବା ପାଇଁ ୫ ରନ , ୧୦ ରନ କିମ୍ବା ୧୪ ରନ ମଧ୍ୟ ଥାଉ, ମୁଁ ସର୍ବଦା ଫଳର ଚିନ୍ତା ନକରି ପ୍ରକ୍ରିୟାରେ ଧ୍ୟନ ଦେଇଥାଏ। ” ବୋଲି ଉଦଘାଟନ ଅବସରରେ ଧୋନି କହିଛନ୍ତି।
ଧୋନୀଙ୍କୁ ତାଙ୍କ ପ୍ରତିଷ୍ଠିତ ହେଲିକପ୍ଟର ସଟ ଦେଖାଇବାକୁ ଅନୁରୋଧ କରିଥିଲେ ।” ମୁ ଁ ଭାରତର ରାସ୍ତାରେ ଟେନିସ ବଲରେ କ୍ରିକେଟ ଖେଳୁଥିବା ସମୟରେ ମଧ୍ୟ ଆହତ ହେଉଥିଲି । ଭଲ ଖେଳିବା ପାଇଁ ଯେକୌଣସି ସଟ ମଧ୍ୟ ଅଭ୍ୟାସ କରିବା ନିହାତି ଆବଶ୍ୟକ ଏବଂ ପିଲାମାନଙ୍କୁ ହେଲିକପ୍ଟର ସଟ ନ ଖେଳିବା ପାଇଁ ଉପଦେଶ ଦେବି। ବୋଧେ ଏହା ଦ୍ୱାରା ସେମାନେ ଆହାତ ହୋଇପାରନ୍ତି।”, ପ୍ରତି ଉତ୍ତରରେ କହିଥିଲେ ଧୋନି।
ଧୋନି ୨୦୧୪-୧୫ ମସିହାରେ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଟେଷ୍ଟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିଥିଲେ ଏବଂ ୨୦୧୬ ମସିହାରେ ବିରାଟ କୋହଲିଙ୍କୁ ଅଧିନାୟକ ପଦ ଦେଇ ସ୍ୱତଃ ଅଧିନାୟକ ପଦରୁ ବାହାରି ଯାଇଥିଲେ।

 

ସମ୍ବନ୍ଧିତ ଖବର