ନୂଆଦିଲ୍ଲୀ : ବିଶ୍ୱକପ ଭାରତ ଫେଭରିଟ୍, ଜାହିର ଆବାସ ଭାରତ ଫେଭରିଟ୍। ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ବିଶ୍ୱକପରେ ଏଯାଏଁ ଟିମ୍ ଇଣ୍ଡିଆର ପ୍ରଦର୍ଶନକୁ ଦେଖି ଏଭଳି ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଜାହିର ଆବାସ। ପାକିସ୍ତାନର ଏହି ପୂର୍ବତନ କ୍ରିକେଟର କହିଛନ୍ତି, ଧାୱନ ଜଣେ ଅଭିଜ୍ଞ ଖେଳାଳି, ତେବେ ଆହତ କାରଣରୁ ସେ ଦଳରୁ ବାଦ୍ ପଡିବା, ଭାରତ ପାଇଁ ବଡ ଝଟକା ନୁହେଁ। ଭାରତ ବହୁତ ଭଲ ଦଳ। ବିଶ୍ୱକପ୍ ଜିତିବାକୁ ଭାରତ ପାଖରେ ବଡ ସୁଯୋଗ ରହିଛି। କେ. ଏଲ ରାହୁଲଙ୍କୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଆବାସ। କହିଛନ୍ତି, ରାହୁଲ ଜଣେ ଭଲ ଖେଳାଳି। ପାକିସ୍ତାନ ବିପକ୍ଷରେ ରାହୁଲଙ୍କ ପ୍ରଦର୍ଶନ ଦମଦାର ଥିଲା ବୋଲି କହିଛନ୍ତି ପାକ୍ ପୂର୍ବତନ ଅଧିନାୟକ ଜହିର ଅବାସ୍।
/sambad/media/post_attachments/wp-content/uploads/2019/06/india-2-300x200.jpg)
ଅନ୍ୟପଟେ ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡିଥିବା ଶିଖର ଧୱନ ନିଜ ଅଫିସିଆଲ ଟ୍ୱିଟରରେ ଏକ ଭାବବିହ୍ୱଳ ଭିଡିଓ ଦେଇଛନ୍ତି ଧାୱନ। ଭିଡିଓରେ ଧାୱନ କହିଛନ୍ତି, ସେ ଦେଶ ପାଇଁ ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ। ହେଲେ ବର୍ତମାନ ତାଙ୍କୁ ଆରୋଗ୍ୟ ହେବା ପାଇଁ ଫେରିଯିବାକୁ ପଡ଼ିବ। ତେବେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି ଏବଂ ଦଳ ବିଶ୍ୱକପ୍ ଜିତିବା ଲକ୍ଷ୍ୟରେ ଅଛି ବୋଲି ଧାୱନ କହିଛନ୍ତି।
/sambad/media/post_attachments/wp-content/uploads/2019/06/india2-300x169.jpg)
ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ଶିଖରଙ୍କ ହାତରେ ଲାଗିଥିବା ଆଘାତ ଗୁରୁତର ରହିଛି। ଶିଖରଙ୍କର ବାମ ହାତର ବୁଢା ଆଙ୍ଗୁଠି ହାଡରେ ଏକାଧିକ ଫାଟ ହୋଇଛି। ଯାହା ଭଲ ହେବାକୁ ଆହୁରି ସମୟ ଲାଗିବ। ତେଣୁ ଧୱନ ବିଶ୍ୱକପର ବାକି ଥିବା ମ୍ୟାଚ୍ରୁ ବାଦ୍ ପଡିଛନ୍ତି। ଏବେ ଶିଖରଙ୍କ ସ୍ଥାନରେ ବୋର୍ଡ ଯୁବ ୱିକେଟ୍ କିପର ବ୍ୟାଟସ୍ମ୍ୟାନ୍ ରିସଭ୍ ପନ୍ଥଙ୍କୁ ସ୍ଥାନ ଦେଇଛି। ତେବେ ଶିଖରଙ୍କ ଆହତ ହେବା କାରଣରୁ ଦଳରୁ ବାଦ୍ ପଡିବା ପରେ ନୂଆ ଖେଳାଳିଙ୍କୁ ତାଙ୍କ ସ୍ଥାନରେ ଦଳରେ ସାମିଲ କରିବାକୁ ବିସିସିଆଇ ଆଇସିସିକୁ ଅନୁରୋଧ କରିବ ବୋଲି କହିଛି। ଆଇସିସିର ଅନୁମତି ମିଳିବା ପରେ ରିସଭ୍ ପନ୍ତ, ଭାରତୀୟ ବିଶ୍ୱକପ୍ ଦଳରେ ସାମିଲ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Zaheer-Abbas-kohli.jpg)