କୋହଲିଙ୍କ ପାଦ ଛୁଇଁଲେ ପ୍ରଶଂସକ

ନୂଆଦିଲ୍ଲୀ: ଆର୍‌ସିବି ତଥା ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିକଟତର ହେବା ଲାଗି ତାଙ୍କ ପ୍ରଶଂସକମାନେ କିଛି ବି କରି ପାରିବେ। ଏପରିକି ତାଙ୍କ ସହ ସେଲ୍‌ଫି ଉଠାଇବା ଲାଗି ତ୍ରି-ସ୍ତରୀୟ ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରକୁ ମଧ୍ୟ ପ୍ରବେଶ କରି ପାରନ୍ତି। ସେମାନଙ୍କୁ ନାଁ ପୁଲିସ ନାଁ ଜେଲ ଯିବାର ଭୟ ଥାଏ। ସ୍ଥାନୀୟ ଫିରୋଜ ସାହା କୋଟଲା ପଡ଼ିଆରେ ଶନିବାର ଖେଳା ଯାଇଥିବା ଆର୍‌ସିବି-ଦିଲ୍ଲୀ ଡେୟାର ଡେଭିଲ୍ସ ମ୍ୟାଚ୍‌ ବେଳେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା। କୋହଲିଙ୍କର ଜଣେ ପାଗଳ ପ୍ରଶଂସକ ହଠାତ୍‌ ପଡ଼ିଆ ଭିତରକୁ ପଶି ତାଙ୍କ ପାଦ ତଳେ ପଡ଼ି ଯାଇଥିଲା। କୋହଲି ହଠାତ୍‌ କିଛି ବୁଝି ପାରି ନଥିଲେ। ହେଲେ ପ୍ରଶଂସକଜଣକୁ କିଛି ନ କହି ତାଙ୍କ ସହ ସେଲ୍‌ଫି ଉଠାଇବାର ସୁଯୋଗ ଦେଇଥିଲେ। ପରେ ସୁରକ୍ଷାକର୍ମୀ ସଂପୃକ୍ତ ପ୍ରଶଂସକଙ୍କୁ ଧରି ପଡ଼ିଆ ବାହାରକୁ ନେଇ ଯାଇଥିଲେ। ସେଦିନର ଏହି ଘଟଣା ପରେ ଫିରୋଜ ସାହା କୋଟଲା ପଡ଼ିଆର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର