ଫାଓ ଲିଗ୍‌: ରାଇଜିଂ ଷ୍ଟାର୍‌, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

କଟକ: ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଫାଓ ଲିଗ୍‌ରେ ସୋମବାର ରାଇଜିଂ ଷ୍ଟାର୍‌ ଓ ରାଇଜିଂ ଷ୍ଟୁଡେଣ୍ଟ୍‌ସ ବିଜୟୀ ହୋଇଛି। ପ୍ରଥମ ମ୍ୟାଚରେ ରାଇଜିଂ ଷ୍ଟାର୍‌ ୪-୨ ଗୋଲରେ ରୋଭର୍ସ କ୍ଲବ୍‌କୁ ହରାଇଛି। ରୋଭର୍ସର ବିଜୁ ଓରାମ ୭ ମିନିଟ୍‌ରେ ପ୍ରଥମ ଗୋଲ ଦେଇଥିଲାବେଳେ ଏହାପରେ ବିଜୟୀ ଦଳର ରଜକ ନାଗ ୮ମିନିଟ୍‌, ସଂଜିତ ଖୋରା ୧୩ ଓ ୩୯ ମିନିଟ୍‌, ଚନ୍ଦ୍ର ମୁଦୁଲି ୩୨ ମିନିଟ୍‌ରେ ଗୋଟିଏ ପରେ ଗୋଟିଏ ଗୋଲ ଦେଇଥିଲେ। ପ୍ରଥମାର୍ଧ ସୁଦ୍ଧା ରାଇଜିଂ ୪-୧ ଗୋଲରେ ଅଗ୍ରଣୀ ଥିଲାବେଳେ ୬୯ ମିନିଟ୍‌ରେ ଦାଶରଥୀ କହଁର ଦଳର ଦ୍ୱିତୀୟ ଗୋଲ ଦେଇଥିଲେ। ଦ୍ୱିତୀୟ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ୩-୧ ଗୋଲରେ ରାଧାରମଣ କ୍ଲବ୍‌କୁ ପରାସ୍ତ କରିଛି। ରାଇଜିଂର ଚନ୍ଦ୍ରଶେଖର ବେହେରା ଦ୍ୱିତୀୟ ମିନିଟ୍‌ରେ ଗୋଲ ଖାତା ଖୋଲିଥିଲେ। ତାଙ୍କ ପରେ ଏସ୍‌ଏସ୍‌ ଆଲମ ୩୪ ମିନିଟ୍‌ରେ ଦ୍ୱିତୀୟ ଗୋଲ ଦେଇଥିଲେ ବି ରାଧାରମଣର ପ୍ରସନ୍ନଜୀତ ସିଂହ ୪୨ ମିନିଟ୍‌ରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ତେବେ ଦ୍ୱିତୀୟାର୍ଧରେ ଲଖାଇ ମୁର୍ମୁ ୭୨ ମିନିଟ୍‌ରେ ଆଉ ଏକ ଗୋଲ ଦେଇ ରାଇଜିଂ ଷ୍ଟୁଡେଣ୍ଟକୁ ଅଗ୍ରଣୀ କରିବା ସହ ମ୍ୟାଚକୁ ଜିତାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ସୋମବାର ମ୍ୟାଚକୁ ଜମାଲ ମହମ୍ମଦ, ପଞ୍ଚାନନ ପାତ୍ର, ଆର୍‌ ପାଲ୍‌ମସେନ୍‌ ମୋଜେସ୍‌, ଅରୁଣ କୁମାର ନାୟକ, ସୁଦୀପ ଦାସ, ଜ୍ୟୋତି ରଂଜନ ସ୍ୱାଇଁ, ତରୁଣ କୁମାର ପ୍ରଧାନ ଓ ସୁଜିତ କୁମାର ପାତ୍ରୋ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର