ପ୍ରଥମ ‘ଏ’ ଟେ‌ଷ୍ଟ୍‌: ଦକ୍ଷିଣ ଆଫ୍ରିକା ୧୬୪, ଭାରତ ୧୨୯/୨

ଥିରୁବନନ୍ତପୁରମ୍‌: ଭାରତ ‘ଏ’ ଓ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ମଧ୍ୟରେ ସୋମବାଠୁ ପ୍ରଥମ ଅଣଆନୁଷ୍ଠାନିକ ଟେଷ୍ଟ୍‌ ଆରମ୍ଭ ହୋଇଛି। ଟସ୍‌ ଜିତି ଭ‌‌ାରତ ‌େକ୍ଷତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଶୁଭମ ଗିଲଙ୍କ ନି‌ଷ୍ପତ୍ତିକୁ ଠିକ୍‌ ସାବ୍ୟସ୍ତ କରି ଭାରତୀୟ ଦ୍ରୁତ ବୋଲର ରନ୍‌ ହେବା ପୂର୍ବରୁ ଦକ୍ଷିଣ ଆଫ୍ରିକାର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ଙ୍କୁ ପ୍ୟାଭିଲିୟନକୁ ପଠାଇ ଦେଇଥିଲେ। ଏହାପରେ ଲଗାତାର ୱିକେଟ୍‌ ହରାଇ ୫୧.୫ ଓଭରରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ‘ଏ’ ୧୬୪ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମାର୍କୋ ଜାନ୍‌ସେନ୍‌ (୪୫*) ଓ ଦାଦେ ପିଡଟ୍‌ (୩୩) କିଛିଟା ଲଢ଼ିଥିଲେ। ଭ‌ାରତ ପକ୍ଷରୁ ସାର୍ଦୁଲ ଠାକୁର ଓ କୃଷ୍ଣପା ଗୌତମ ୩ ଲେଖାଏଁ, ଶାହବାଜ ନଦୀମ ୨ ଏବଂ ମହମ୍ମଦ ସିରାଜ ଗୋଟିଏ ୱିକେଟ୍‌ ପାଇଥି‌ଲେ। ଜବାବରେ ଭାରତ ପ୍ରଥମ ଦିନର ଷ୍ଟମ୍ପ୍‌ ଅପସରଣ ବେଳକୁ ୨ ୱିକେଟ୍‌ ହରାଇ ୧୨୯ ରନ୍‌ କରିଛି। ଫଳରେ ଭାରତ ହାତରେ ୮ ୱିକେଟ୍‌ ଥାଇ ଦଳ ୩୫ ରନ୍‌ ପଛରେ ରହିଛି। ଶୁଭମ ଗିଲ୍‌ ୬୬* ଓ ଆଙ୍କିତ ବାୱେଁ ୬* ରନ୍‌ରେ ଅପରାଜିତ ରହିଛନ୍ତି। ଋତୁରାଜ ଗାଏକ୍ବାଡ ୩୦ ଓ ରିକି ଭୁଇ ୨୬ ରନ୍‌ କରି ଆଉଟ୍‌ ହୋଇଛନ୍ତି। ଲୁଙ୍ଗି ଏନ୍‌ଗିଡି, ମାର୍କୋ ଜାନସେନ୍‌ ଗୋଟିଏ ଲେଖାଏଁ ପାଇଥିଲେ।

ସମ୍ବନ୍ଧିତ ଖବର