ପ୍ରଥମ ଦିନ ଓଡ଼ିଶାକୁ ୧ ସ୍ୱର୍ଣ୍ଣ ସହ ୪ ପଦକ

ଜାତୀୟ ଉପକନିଷ୍ଠ କରାଟେ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଚାଲିଥିବା ଜାତୀୟ ଉପ କନିଷ୍ଠ କରାଟେ ପ୍ରତିଯୋଗିତାର ପ୍ରଥମ ଦିନରେ ଓଡ଼ିଶାକୁ ୧ ସ୍ୱର୍ଣ୍ଣ, ୧ ରୌପ୍ୟ ଏବଂ ୨ କାଂସ୍ୟ ସହ ମୋଟ ୪ ପଦକ ମିଳିଛି। ଅଂଶିକା ମହାପାତ୍ର ୧୦ ବର୍ଷରୁ କମ୍‌ ବାଳିକା କାଟାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ୯ ବର୍ଷରୁ କମ୍‌ ବାଳକ କାଟାରେ ରୌପ୍ୟ ପଦକ ହାସଲ କରିଥିଲେ। ୧୧ ବର୍ଷରୁ କମ୍‌ ବାଳକ କାଟାରେ ରୀଦେଶ ମହାନ୍ତି ଏବଂ ୧୦ ବର୍ଷ ବୟସ (୨୫ କିଲୋରୁ କମ୍‌) ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି। ପଦକ ବିଜେତା ଖେଳାଳିମାନଙ୍କୁ ଓଡ଼ିଶା କରାଟେ ସଂଘ ସମ୍ପାଦକ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର