ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଗଲ୍ଫ ଖେଳାଳି ଭାବେ ଗଗନଜିତ୍ ଭୁଲାର ଅଷ୍ଟ୍ରେଲେସିଆ ଟୁର୍ରେ ଟ୍ରଫି କରାୟତ କରିଛନ୍ତି। ରବିବାର ଭୁଲାର ଫିଜି ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ଆନ୍ଥୋନୀ କ୍ୱାୟଲିଙ୍କୁ ଗୋଟିଏ ସଟ୍ ପଛରେ ପାକାଇ ବିଜେତା ହୋଇଥିଲେ। ଏଥି ସହ ଭୁଲାର ନବମ ଥର ଲାଗି ଏସୀୟ ମୁକୁଟ ଜିତି ସର୍ବାଧିକ ସଫଳ ଭାରତୀୟ ଖେଳାଳି ବିବେଚିତ ହୋଇଛନ୍ତି।