ପ୍ରଥମ ଟେ୍ଵଣ୍ଟି-୨୦: ରସେଲ୍‌ େଓ୍ଵଷ୍ଟ୍‌ଇଣ୍ଡିଜ୍‌କୁ ଜିତାଇଲେ

ବାସେଟେରେ (ଆମେରିକା): ଏଠାରେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତିନେଇଥିବା ବାଂଲାଦେଶ ଦଳ ପ୍ରଥମ ଟେ୍ଵଣ୍ଟି-୨୦ ମ୍ୟାଚ୍‌ ହାରିଯାଇଛି। ବିଶେଷକରି ପ୍ରଥମ ଓଭରରେ ଆସ୍‌ଲେ ନର୍ସ ଓ ପଞ୍ଚମ ଓଭରରେ କିମୋ ପଲ୍‌ଙ୍କ ଯୁଗଳ ଝଟ୍‌କା ପରେ ବ୍ୟାଟିଂରେ ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲଙ୍କ ଅପରାଜିତ ୩୫ ରନ୍‌ ବଳରେ େଓ୍ଵଷ୍ଟଇଣ୍ଡିଜ୍‌ ବର୍ଷା ନିୟମ ଅନୁଯାୟୀ ୭ ଓ୍ଵିକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଦେଇଛି। ୨୧ ବଲ୍‌ରୁ ଅପରାଜିତ ୩୫ (୩ ଲେଖାଏଁ ଛକା ଓ ଚୌକା) ରନ୍‌ କରିଥିବା ରସେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ବ୍ୟାଟିଂ ପାଇଥିବା ବାଂଲାଦେଶ ଆରମ୍ଭରୁ ବିପର୍ଯ୍ୟୟର ସାମ୍‌ନା କରିଥିଲା। ପ୍ରଥମ ଓଭରରେ ନର୍ସ ପ୍ରଥମ ବଲ୍‌ରେ ତମିମ୍‌ ଇକ୍‌ବାଲ ଓ ଚତୁର୍ଥ ବଲ୍‌ରେ ସୌମ୍ୟ ସରକାରଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନ୍‌ ପଠାଇ ଦେଇଥିଲା ବେଳେ ପଲ୍‌ ଷଷ୍ଠ ଓଭରର ଦ୍ୱିତୀୟ ଓ ତୃତୀୟ ବଲ୍‌ରେ ଯଥାକ୍ରମେ ଲିଟନ୍‌ ଦାସ (୨୪) ଓ ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ (୧୯)ଙ୍କୁ ଆଉଟ୍‌ କରିଦେଇଥିଲେ। ଏହାପରେ କେସ୍ରିକ୍‌ ଓ୍ଵିଲିୟମ୍‌ସ ମଧ୍ୟକ୍ରମରୁ ଶେଷ ପର୍ଯ୍ୟନ୍ତ ୪ ଓ୍ଵିକେଟ୍‌ ଦଖଲ କରିନେବାରୁ ବାଂଲାଦେଶ ୯ ଓ୍ଵିକେଟ୍‌ ବିନିମୟରେ ୧୪୩ ରନ୍‌ କରିଥିଲା। ମାହମୁଦୁଲା ୩୫, ମୁସ୍‌ଫିକର ରହିମ୍‌ ଓ ଆରିଫୁଲ ହକ୍‌ ୧୫ ରନ୍‌ ଲେଖାଏଁ କରିଥିଲେ। ରସେଲ୍‌ଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା। ତେବେ ବାଂଲା ପାଳି ପରେ ବର୍ଷା ଯୋଗୁଁ େଓ୍ଵଷ୍ଟଇଣ୍ଡିଜ୍‌ ନିକଟରେ ୧୧ ଓଭରରେ ୯୧ ରନ୍‌ର ପରିବର୍ତିତ ଆହ୍ଵାନ ରହିଥିଲା। ହେଲେ ୧୧ ବଲ୍‌ ପୂର୍ବରୁ ବିଜୟୀ ହୋଇଥିଲା। ଇଣ୍ଡିଜ୍‌ ମଧ୍ୟ ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର୍‌ ୧୦ ବେଳକୁ ଫ୍ଲେଚର (୭) ଓ ଲୁଇସ୍‌ (୨)ଙ୍କୁ ବାଂଲା ଦ୍ରୁତ ବୋଲର ମୁସ୍ତାଫିଜର ରହମନ୍‌ ପାଭିଲିୟନ୍‌ ପଠାଇ ଦେଇଥିଲେ। ହେଲେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ରସେଲ୍‌ଙ୍କ ଅପରାଜିତ ୩୫ ସାଙ୍ଗକୁ ଅଭିଜ୍ଞ ମାର୍ଲନ୍‌ ସାମୁଏଲ୍‌ସଙ୍କ ୧୩ ବଲ୍‌ରୁ ୨୬ (୨ ଲେଖାଏଁ ଚୌକା ଓ ଛକା) ଏବଂ ପାେଓ୍ଵଲଙ୍କ ୯ ବଲ୍‌ରୁ ୧୫ (୨ ଛକା) ରନ୍‌ ବଳରେ ଇଣ୍ଡିଜ୍‌ ୯.୧ ଓଭରରେ ୩ ଓ୍ଵିକେଟ୍‌ ହରାଇ ୯୩ ରନ୍‌ କରିନେଇଥିଲା। ଏହି ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଲା।

ସମ୍ବନ୍ଧିତ ଖବର