ଓଡ଼ିଶା ରଣଜୀ ଦଳରେ ଦ୍ବିତୀୟ ବାପ ଓ ପୁଅ, ମଦନମୋହନ-ଯଶପାଲଙ୍କ ପରେ ଗୁରଜିତ-ପ୍ରୀତ୍‌

ପ୍ରୀତ୍‌ ସି˚ହ ଚୌହାନ୍‌ ଓଡ଼ିଶା ରଣଜୀ ଦଳରେ ପଦାର୍ପଣ କରିବା ପରେ ଏକ ନିଆରା କୀର୍ତ୍ତିମାନ କରିଛନ୍ତି। ଓଡ଼ିଶା ପକ୍ଷରୁ ବାପାଙ୍କ ପରେ ପୁଅ ଖେଳିବାରେ ସେ ଦ୍ବିତୀୟ ହୋଇଛନ୍ତି। ପୂର୍ବରୁ ଓଡ଼ିଶାରୁ ରଣଜୀ ଟ୍ରଫିରେ ପ୍ରଥମ ବାପା ଓ ପୁଅ ଭାବେ ମଦନମୋହନ ମହାନ୍ତି ୨୫ ମ୍ୟାଚ୍‌ ଓ ତାଙ୍କ ପୁଅ ଯଶପାଲ ମହାନ୍ତି ୭ ମ୍ୟାଚ୍‌ ଖେଳିଛନ୍ତି। ଏବେ ଗୁରଜିତ ସି˚ହ ଚୌହାନ ଓ ତାଙ୍କ ପୁଅ ପ୍ରୀତ୍‌ ସି˚ହ ଓଡ଼ିଶା ପାଇଁ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ତେବେ ପୁଅର ଏହି ରଣଜୀ ସୁଯୋଗକୁ ଦେଖି ବାପା ଗୁରଜିତ ବହୁତ ଖୁସି ହୋଇଛନ୍ତି। ବହୁତ ଦିନର ଆଶା ଥିଲା। ଲଗାତାର ଭାବେ ଦୁଇ ତିନି ବର୍ଷ ଧରି ସେ ୨୩ ବର୍ଷରୁ କମ୍‌ ଦଳରେ ଭଲ ପ୍ରଦର୍ଶନ ଦେଇଆସୁଥିଲା। ତେଣୁ ସେ ଦିନେ ନା ଦିନେ ରଣଜୀ ଦଳରେ ସ୍ଥାନ ପାଇବ ବୋଲି ଆଶା ରହିଥିଲା। ତେବେ ବର୍ତ୍ତମାନ ସେ ଲମ୍ବା ଗସ୍ତ ସାରି ଫେରିଥିବାରୁ କ୍ଲାନ୍ତ ରହିଛି। ଏପରିକି ବୋଲି˚ ବେଳେ ସାମାନ୍ୟ ନର୍ଭସ ରହୁଥିବା ଲାଗୁଥିଲା। ତଥାପି ଭଲ ଖେଳିଛି। ଆଗକୁ ଓଡ଼ିଶା ଦଳକୁ ଲମ୍ବା ସେବା ଯୋଗାଇବ। ବସନ୍ତ ମହାନ୍ତିଙ୍କ ସହ ଆଉ କିଛି ଦିନ ଖେଳିଲେ ତାଙ୍କଠୁ ଭଲ ଉପଦେଶ ଶିଖିପାରିବ ବୋଲି ଗୁରଜିତ କହିଛନ୍ତି।

ସମ୍ବନ୍ଧିତ ଖବର