ଫେଡ୍‌ କପ୍‌: ସାନିଆ ଖେଳିବେନି, ଅଙ୍କିତାଙ୍କ କାନ୍ଧରେ ଭାର

ନୂଆଦିଲ୍ଲୀ: ଅଙ୍କିତା ରାଇନା ଓ କର୍ମନ କୌର ଥାଣ୍ଡି କାଜାଖସ୍ତାନର ଅସ୍ତାନାରେ ହେବାକୁଥିବା ଫେଡ୍‌ କପ୍‌ ଟେନିସ୍‌ ପ୍ରତିଯୋଗିତାର ବିଶ୍ବ ଗ୍ରୁପ୍‌-୨ ଲାଗି ଯୋଗ୍ୟତା ମ୍ୟାଚ୍‌ରେ ଭାରତର ନେତୃତ୍ବ ନେବେ। ଗତ ବର୍ଷ ମଧ୍ୟଭାଗରେମାତୃତ୍ବ ଲାଭ କରିଥିବା ଗ୍ରାଣ୍ଡ୍‌ ସ୍ଲାମ୍‌ ବିଜୟିନୀ ସାନିଆ ମିର୍ଜା ଟେନିସ୍‌ କୋର୍ଟକୁ ଚଳିତ ବର୍ଷ ଶେଷରେ ଫେରିବେ ବୋଲି ସ୍ପଷ୍ଟ କରିଥିଲେ। ଫଳରେ ସେ ଫେଡ୍‌ କପ୍‌ରେ ଖେଳିପାରିବେନି। ପୁଲ୍‌-ଏରେ ସ୍ଥାନ ପାଇଥିବା ଭାରତ ଗୁରୁବାର ପ୍ରଥମ ମ୍ୟଚ୍‌ରେ ଥାଇଲାଣ୍ଡ୍‌କୁ ଭେଟିବ। ‌

ସମ୍ବନ୍ଧିତ ଖବର