ଫେଡେରେସନ୍‌ କପ୍‌ ଗ୍ରୁପ୍‌-୧ରେ ରହିଲା ଭାରତ

ନୂଆଦିଲ୍ଲୀ: ଅଙ୍କିତା ରାଇନା ଓ କର୍ମନ୍‌ କୌର ଥାଣ୍ଡି ଫେଡେରେସନ୍‌ କପ୍‌ରେ ଭାରତକୁ ଏସିଆ/ଓସେନିଆ ଗ୍ରୁପ୍‌-୧ରେ ରଖିବାରେ ସଫଳ ହେଲେ। ଶନିବାର ତୃତୀୟ ସ୍ଥାନ ପାଇଁ ମୁକାବିଲାରେ ଚାଇନିଜ୍‌ ତାଇପେକୁ ୨-୦ରେ ପରାସ୍ତ କରି ଭାରତ ସ୍ଥାନ ବଜାୟ ରଖିଲା। ଶେଷ ଥର ପାଇଁ ୨୦୧୧ ଫେବ୍ରୁଆରିରେ ଚାଇନିଜ୍‌ ତାଇପେ ସହ ଖେଳିଥିବା ଭାରତ ୧-୨ରେ ପରାସ୍ତ ହୋଇଥିଲା। ଫଳରେ ଏଥର ଫେଡେରେସନ୍‌ କପ୍‌ ଟେନିସ୍‌ ପ୍ରତିଯୋଗିତାରେ ସେହି ପରାଜୟର ପ୍ରତିଶୋଧ ମଧ୍ୟ ଭାରତ ନେଇଯାଇଛି। ଶନିବାର କର୍ମନ୍‌ କୌର ୭-୬ ଓ ୬-୩ ସେଟ୍‌ରେ ଲି ପେଇ ଚି’ଙ୍କୁ ପରାସ୍ତ କରି ଭାରତକୁ ୧-୦ର ଅଗ୍ରଣୀ ଦେଇଥିଲେ। ଏହାପରେ ଅଙ୍କିତା ୧ ଘଣ୍ଟା ୫୪ ମିନିଟ୍‌ ସଂଘର୍ଷ କରି ଚିହ ୟୁ ସୁ’ଙ୍କୁ ୬-୪, ୫-୭ ଓ ୬-୧ ସେଟ୍‌ରେ ହରାଇ ୨-୦ ଅଗ୍ରଣୀ ସହ ଭାରତକୁ ବିଜୟ ଭେଟି ଦେଇଥିଲେ। ଶେଷରେ ତୃତୀୟ ମ୍ୟାଚ୍‌ ଔପଚାରିକତା ପାଲଟି ଯାଇଥିଲା।

ସମ୍ବନ୍ଧିତ ଖବର