ଫେଡେରେସନ୍ କପ୍ ଟେନିସ୍ କ୍ରିକେଟ୍ ପାଇଁ ଓଡ଼ିଶା ଦଳ

ଭୁବନେଶ୍ବର: ତାମିଲନାଡୁର ମଦୁରାଇଠାରେ ମାର୍ଚ ୩୦ରୁ ଏପ୍ରିଲ୍‌ ପହିଲା ପର୍ଯ୍ୟନ୍ତ ଆୟୋଜିତ ତୃତୀୟ ଫେଡେରେସନ୍ କପ୍ ସର୍ବଭାରତୀୟ ଟେନିସ୍ କ୍ରିକେଟ୍ ପ୍ରତିଯୋଗିତା ଲାଗି ଏକ ୧୫ ଜଣିଆ ଓଡ଼ିଶା ଦଳ ମନୋନୀତ ହୋଇଛି। ନହରକଣ୍ଟାସ୍ଥିତ ଶ୍ରୀଜୟଦେବ କଲେଜ୍ ପଡ଼ିଆରେ ଗତ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଚୟନ ଶିବିରରେ ମୋଟ ୫୦ ଜଣ ଭାଗ ନେଇଥିଲେ। ଏଥିରୁ ଚୂଡାନ୍ତ ଦଳ ଚୟନ କରାଯାଇଥିଲା। ଏହି ଫେଡେରେସନ୍ କପ୍‌ ଶେଷରେ ଏକ ୩୦ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଚୟନ କରାଯିବ। ମେ’ ମାସ ଶେଷ ଭାଗରେ ଭାରତ ନିଜର ଦ୍ବିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଶ୍ରୀଲଙ୍କା ଗସ୍ତ କରିବ ବୋଲି ଭାରତୀୟ ଟେନିସ୍ କ୍ରିକେଟ୍‌ ସଂଘର ବୈଷୟିକ ମୁଖ୍ୟ ତଥା ପୂର୍ବାଞ୍ଚଳ ପ୍ରବଂଧକ ରିଣ୍ଟୁ ମିତ୍ର ପ୍ରକାଶ କରିଛନ୍ତି। ଓଡ଼ିଶା ଦଳକୁ ରାଜ୍ୟ ସଂଘ ସଭାପତି ଅଭିନାଶ ସାହୁ, ଉପ ସଭାପତି ରାଜେନ୍ଦ୍ର ମହାରଣା, ମହମ୍ମଦ ଆଜାମ, ଦେବବ୍ରତ ସାହୁ, ଯୁଗ୍ମ ସମ୍ପାଦକ ସୌଭେନ୍ଦ୍ର ମହାରଣା, ଉପଦେଷ୍ଠା ବାରିଜ ରଂଜନ ମହାନ୍ତି, କୋଷାଧ୍ୟକ୍ଷ ରାଗିଣୀ ମିତ୍ର ଶୁଭେଚ୍ଛା ଜଣାଇଛନ୍ତି।

ଓଡ଼ିଶା ଦଳ: ସୁଧାଂଶୁ କୁମାର ଜେନା (ଅଧିନାୟକ), ପ୍ରବୀଣ ଆଚାର୍ଯ୍ୟ, ଦୀପକ କୁମାର ମଲ୍ଲିକ, ବବୁଲୁ ବେହେରା, ଅମରେନ୍ଦ୍ର ଚନ୍ଦ୍ର ଦାସ, ସୁଶୀଲ କୁମାର ବାରିକ, ଏମ୍ ରାଜା, ଅମିତ ଜୁଏଦ୍‌, ସୁଧୀର ଜେନା, ଦୀପକ ପରିଡ଼ା, ସନ୍ତୋଷ ପ୍ରଧାନ, ଶୁଭବନ ସୁନା, ମନୁଆ ରାଉତ, ଅଜୟ କୁମାର ପଟ୍ଟନାୟକ, ଅନିରୁଦ୍ଧ ବାରିକ।

ସମ୍ବନ୍ଧିତ ଖବର