ଫେଡେରେସନ୍‌ ବରିଷ୍ଠ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ:ଓଡ଼ିଶାକୁ ୫ ପଦକ

ଭୁବନେଶ୍ବର,: ଚଣ୍ଡିଗଡ଼ରେ ଆୟୋଜିତ ଅଷ୍ଟମ ଫେଡେରେସନ୍‌ କପ୍ ବରିଷ୍ଠ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଓଡ଼ିଶାକୁ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ , ରୌପ୍ୟ ଏବଂ ୩ ‌କାଂସ୍ୟ ସହ ମୋଟ ୫ ପଦକ ମିଳିଛି। ପଦକ ବିଜେତାମାନେ ହେଲେ ସୁପ୍ରତିଭ ଖୁଣ୍ଟିଆ (୯୦ କେଜି) ସ୍ବର୍ଣ୍ଣ, ଏସ୍‌ କ୍ରିଷ୍ଣା ରାଓ (୫୫ କେଜି) ରୌପ୍ୟ ଏବଂ ଜଗନ୍ନାଥ ଖୁଣ୍ଟିଆ (୭୦ କେଜି), ଅନିଲ ଗୋଛିକାର (୭୫ କେଜି) ଓ ସୁଜିତ କୁମାର ଜେନା (୯୦ କେଜି) କାଂସ୍ୟ ପଦକ ଜିତିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତ୍ରିପାଠୀ, ପ୍ରବନ୍ଧକ ସଂଜୟ କୁମାର ସାହୁ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ। ଏହି ସଫଳତା ଲାଗି ସଂଘର ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର