ଫେମା ନିୟମ ଉଲ୍ଲଂଘନ:ବିସିସିଆଇକୁ ୧୨୧ କୋଟି ଜରିମାନା

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ଆଇନ (ଫେମା)ର ଉଲ୍ଲଂଘନ ଅଭିଯୋଗରେ ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଅଡୁଆରେ ପଡ଼ିଛି। ଗୁରୁବାର ପ୍ରବର୍ତନ ନିର୍ଦେଶାଳୟ ବିସିସିଆଇ ଉପରେ ଏଥି ଲାଗି ୧୨୧ କୋଟି ଟଙ୍କାର ଜରିମାନା ଦଣ୍ଡ ଲଦିଛି। ଆଇପିଏଲ୍‌ର ଦ୍ୱିତୀୟ ସଂସ୍କରଣ ୨୦୦୯ ମସିହାରେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା। ଏହି ଟି-୨୦ ପ୍ରତିଯୋଗିତା ଲାଗି ୨୪୩ କୋଟି ଟଙ୍କା ଦକ୍ଷିଣ ଆଫ୍ରିକା ପଠାଇଥିଲେ। ଏଥି ଲାଗି କିନ୍ତୁ ସ୍ୱତନ୍ତ୍ର ଖାତା ଖୋଲି ନ ଥିଲେ, କି ଫେମା ନିୟମ ମାନିନଥିଲେ। ଏବେ ପ୍ରବର୍ତନ ନିର୍ଦେଶାଳୟ (ଇଡି)ର ଜଣେ ସ୍ୱତନ୍ତ୍ର ନିର୍ଦେଶକ ବିସିସିଆଇ ଉପରେ ୮୨.୬୬ କୋଟି, ତତ୍‌କାଳୀନ ବିସିସିଆଇ ମୁଖ୍ୟ ଶ୍ରୀନିବାସନଙ୍କ ଉପରେ ୧୧.୫୩ କୋଟି, ପୂର୍ବତନ ଆଇପିଏଲ୍‌ ଆୟୁକ୍ତ ଲଲିତ ମୋଦିଙ୍କ ଉପରେ ୧୦.୬୫ କୋଟି, ବିସିସିଆଇ କୋଷାଧ୍ୟକ୍ଷ ଏମ୍‌ ପି ପାଣ୍ଡବଙ୍କ ଉପରେ ୯.୭୨ କୋଟି ଏବଂ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଟ୍ରାଭାଙ୍କୋର୍‌ (ଏବେ ଏସ୍‌ବିଆଇରେ ମିଶ୍ରିତ) ନାମରେ ୭ କୋଟି ଜରିମାନା କରିଛି। ମୋଟେ ଉପରେ ଏହା ୧୨୧.୫୬ କୋଟି ହେଉଛି।

ସମ୍ବନ୍ଧିତ ଖବର