ଆଗାମୀ ଅଲମ୍ପିକ ପାଇଁ ଭାରତରୁ ଜାତୀୟ ଫେନ୍‌ସିଙ୍ଗ୍‌ ପ୍ରତିଯୋଗୀଙ୍କ ଚୟନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଆଗାମୀ ଅଲମ୍ପିକ ପାଇଁ ଭାରତରୁ ଫେନ୍‌ସିଙ୍ଗ୍‌ ପ୍ରତିଯୋଗୀ ଭାଗ ନେବାର ଚୟନ ପ୍ରକ୍ରିୟା ବା ଜାତୀୟ ଫେନ୍‌ସିଙ୍ଗ ଚମ୍ପିଆନ୍‌ସିପ୍‌ ଆରମ୍ଭ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟା କଟକ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ହୋଇଛି। ଏଥିରେ ସାରା ଭାରତରୁ ୨୯ଟି ରାଜ୍ୟରୁ ଦୁଇହଜାରରୁ ଅଧିକ କ୍ରିଡାପ୍ରତିଯୋଗୀ ଭାଗ ନେଇଛନ୍ତି ଓ ଆଗାମୀ ଅଲମ୍ପିକ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଏହି ଉତ୍ସବରେ ହାଇଟେକ୍‌ ଗ୍ରୁପର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡଃ ତିରୁପତି ପାଣିଗ୍ରାହୀ, ଓଡ଼ିଶା ଫେନ୍‌ସିଙ୍ଗ ଚମ୍ପିଆନ୍‌ସିପ୍‌ର ଅଧ୍ୟକ୍ଷ ପ୍ରଦୀପ ପଟ୍ଟନାୟକ ଓ ସଚିବ ଜି.ସି କର ଯୋଗ ଦେଇ ଆଗାମୀ ଦିନରେ ଅଲମ୍ପିକ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର