ଫିଫା ବିଶ୍ୱକପ୍‌: ୨୮ ବର୍ଷ ପରେ ସେମିଫାଇନାଲରେ ଇଂଲଣ୍ଡ, ୨-୦ରେ ସ୍ୱିଡେନ ପରାସ୍ତ

0 113

ଫିଫା ବିଶ୍ୱକପ୍‌ର ୩ୟ କ୍ୱାର୍ଟର ଫାଇନାଲ ମୁକାବିଲାରେ ଇଂଲଣ୍ଡ ୨-୦ରେ ସ୍ୱିଡେନକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ପାଇଁ ଡିଫେଣ୍ଡର ହେରି ମାଗୁଏର, ଆସଲେ ୟଙ୍ଗଙ୍କ କର୍ଣ୍ଣର କିକ୍‌ରେ ୩୦ ମିନିଟରେ ହେଡର ଗୋଲ ଦେଇଥିଲେ। ଇଂଲଣ୍ଡ ୨୮ ବର୍ଷ ପରେ ସେମିଫାଇନାଲରେ ପ୍ରବେଶ କରିଛି। ଇଂଲଣ୍ଡ ୧୯୬୬ରେ ଚାମ୍ପିଅନ୍‌ ହୋଇଥିଲା। ବୁଧବାର ହେବାକୁ ଥିବା ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡର ସମ୍ମୁଖୀନ ହେବ କ୍ରୋଏସିଆ ଓ ଆୟୋଜକ ରୁଷିଆ ମଧ୍ୟରେ ହେବାକୁ ଥିବା ଅନ୍ତିମ କ୍ୱାର୍ଟର ଫାଇନାଲର ବିଜେତା।

ଫ୍ରାନ୍ସ ଓ ବେଲଜିୟମ ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ। ଫ୍ରାନ୍ସ ୨-୦ରେ ଉରୁଗୁଏକୁ ହରାଇଥିବା ବେଳେ ବେଲଜିୟମ ୨-୧ରେ ବ୍ରାଜିଲକୁ ପରାସ୍ତ କରିଥିଲା।

ମାଗୁଏରଙ୍କ ପରେ ଡେଲି ଅଲି ମଧ୍ୟ ୫୯ ମିନିଟରେ ଜେସି ଲିଗାର୍ଡଙ୍କୁ ବଲ ଦେଇ ହେଡର ଦ୍ୱାରା ଗୋଲପୋଷ୍ଟକୁ ନେଇଥିଲେ। ଆରମ୍ଭରୁ ଉଭୟ ଟିମ୍‌ ମଧ୍ୟରେ ପ୍ରବଳ ପ୍ରତିଦ୍ୱନ୍ଦୀତା ହୋଇଥିଲା କିନ୍ତୁ ଇଂଲଣ୍ଡକୁ ୩୦ ମିନିଟରେ ସଫଳତା ମିଳି ଯାଇଥିଲା। ସବୁଠାରୁ ବଡ଼କଥା ହେଲା ଯେ, ଇଂଲଣ୍ଡର ଖେଳାଳିଙ୍କ ମଧ୍ୟରେ ଏକତା ଦେଖାଯାଉଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.