ଫିଫା ମହୋତ୍ସବରେ ବେଙ୍ଗାଲୁରୁର ୪

ବେଙ୍ଗାଲୁରୁ: ଫୁଟବଲ୍‌ ମାଧ୍ୟମରେ ସାମାଜିକ ପରିବର୍ତନର ବାର୍ତା। ଏଭଳି ଏକ ଲକ୍ଷ୍ୟ ନେଇ ମସ୍କୋରେ ଶନିବାରଠାରୁ ଆରମ୍ଭ ହୋଇଛି ଫିଫା ପାଉଣ୍ଡେସନ୍‌ ଫେଷ୍ଟିଭାଲ ବା ଫିଫା ମହୋତ୍ସବ। ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ସାରା ବିଶ୍ୱର ୪୮ଟି ସ୍ୱେଚ୍ଛାସେବୀ ସଂଗଠନ ବାଛିଥିବା ବସ୍ତିପିଲା ଅଂଶ ଗ୍ରହଣ କରୁଛନ୍ତି। ଏଥିରେ ଭାରତର ୪ ଜଣ ପିଲା ଅମ୍ରିନ ତାଜ୍‌, ସନ୍ଦୀପ ଆକାଶ, ଆର ବିଷ୍ଣୁ ଓ ମାନସ ଯାଦବ ସାମିଲ ହୋଇଛନ୍ତି। ଏମାନେ ସମସ୍ତେ ବେଙ୍ଗାଲୁରୁର ହୋଇଥିଲା ବେଳେ ‘ଏ ଡିମ୍‌’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ସେମାନଙ୍କୁ ମସ୍କୋ ପଠାଇଛି। ଏହି ମହୋତ୍ସବରେ ଯୋଗ ଦେବା ଅବସରରେ ସନ୍ଦୀପ, ଅମ୍ରିନ, ବିଷ୍ଣୁ ଓ ମାନସ ନେତୃତ୍ୱ ଦକ୍ଷତା କ୍ରୀଡ଼ା , ଶୃଜନାତ୍ମକ କଳା କ୍ଷେତ୍ରରେ ନିଜ ଦକ୍ଷତା ଦେଖାଇବେ। ସେମାନେ ମଧ୍ୟ ସାରା ବିଶ୍ୱରୁ ଆସିଥିବା ହଜାର ହଜାର ପିଲାଙ୍କ ସହ ଭାବ ଆଦାନ ପ୍ରଦାନ କରିବେ।

ସମ୍ବନ୍ଧିତ ଖବର