ମସ୍କୋ: ଫିଫା ବିଶ୍ୱକପ୍ର ଅନ୍ୟତମ ଲିଗ ମ୍ୟାଚରେ କ୍ରିଷ୍ଟିଆନୋ ରୋନାଲଡୋ ବୁଧବାର ଯାଦୁ ଦେଖାଇଛନ୍ତି। ଖେଳ ଶେଷ ସୁଦ୍ଧା ରୋନାଲଡୋଙ୍କ ଉଦ୍ୟମକୁ ଜୀବିତ ରଖିଥିଲେ ପର୍ତ୍ତୁଗାଲର ଗୋଲକିପର ରୁଇ ପେଟ୍ରିସିଓ। ମୋରକ୍କୋର ଅନେକ ଉଦ୍ୟମ ପର୍ତ୍ତୁଗାଲ ଆଗରେ ଫିକା ପଡ଼ିଯାଉଥିଲା। ପର୍ତ୍ତୁଗାଲ ନିଜର ୨ୟ ମୁକାବିଲାକୁ ୧-୦ରେ ବିଜୟ ଲାଭ କରିଛି।
ମୋରକ୍କୋ ପାଇଁ ‘ଗ୍ରୁପ-ବି’ର ଏହି ମ୍ୟାଚ କର ବା ମର ପରିସ୍ଥିତି ଭଳି ଥିଲା। ପ୍ରଥମ ମ୍ୟାଚରେ ଇରାନର ଆତ୍ମଘାତୀ ଗୋଲ କାରଣରୁ ହାରିଥିବା ଆଫ୍ରିକାର ଏହି ଟିମ ଆଜି ପର୍ତ୍ତୁଗାଲ ଠାରୁ ପରାସ୍ତ ହେବ ପରେ ବିଶ୍ୱକପ୍ରରୁ ବିଦାୟ ନେବାର ତାଲିକାରେ ପ୍ରଥମେ ନିଜର ନାମ ସାମିଲ କରିଛି।
Victory for #POR thanks to another goal from @Cristiano! #PORMORpic.twitter.com/lLlQIU7WSt
— FIFA World Cup ? (@FIFAWorldCup) June 20, 2018
ପର୍ତ୍ତୁଗାଲ ୨ଟି ମ୍ୟାଚରେ ବିଜୟ ଲାଭ କରିବା ପରେ ‘ଗ୍ରୁପ-ବି’ରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ଏହି ଟିମ୍ ନିଜର ପ୍ରଥମ ମ୍ୟାଚ ସ୍ପେନ ସହିତ ଖେଳିଥିଲା, ଯାହାକି ୩-୩ରେ ଡ୍ର ଥିଲା। ଅନ୍ତିମ ୧୬ରେ ସାମିଲ ହେବାକୁ ହେଲେ ଇରାନ ବିପକ୍ଷରେ ଖେଳାଯିବାକୁ ଥିବା ଶେଷ ମୁକାବିଲା ପରେ ନିର୍ଦ୍ଧାରଣ ହେବ।