ଦୋହା: ବିଶ୍ବ ମାନ୍ୟତାରେ ୧୦୩ତମ ସ୍ଥାନରେ ଥିବା ଭାରତ ଚଳିତ ୨୦୨୨ ଫିଫା ଫୁଟବଲ୍ ବିଶ୍ବକପ୍ର ଯୋଗ୍ୟତା ପର୍ଯ୍ୟାୟରେ ପଏଣ୍ଟ୍ ଖାତା ଖୋଲିଛି। ଗ୍ରୁପ୍-ଇ’ରେ ସ୍ଥାନ ପାଇଥିବା ଭାରତ ମଙ୍ଗଳବାର ଦୋହାସ୍ଥିତ ଜସିମ ବିନ୍ ହମିଦ୍ ଷ୍ଟାଡିୟମରେ ଖେଳାଯାଇଥିବା ୬୩ ମାନ୍ୟତାପ୍ରାପ୍ତ କାତାର ବିପକ୍ଷ ମ୍ୟାଚ୍କୁ ଗୋଲ୍ଶୂନ୍ୟ ଭାବେ ଅମୀମାଂସିତ ରଖିବାକୁ ସମର୍ଥ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଛନ୍ତି। ପ୍ରଥମ ମ୍ୟାଚ୍ରେ ଓମାନଠୁ ୧-୨ ଗୋଲ୍ରେ ହାରିଥିବା ଭାରତ ଏଠାରେ ପୂର୍ବ ଭୁଲକୁ ସୁଧାରି ନେଇଥିଲା। ଆରମ୍ଭରୁ ଚମତ୍କାର ଖେଳି ନିଜଠୁ ୪୦ ସ୍ଥାନ ଉଚ୍ଚ ମାନ୍ୟତା ଦଳ କାତାରକୁ ଅଟକାଇ ଦେଇଥିଲା। ଏହି ମ୍ୟାଚ୍ରେ ଭାରତ ଗୋଲ୍ ପୋଷ୍ଟ୍କୁ ଏସୀୟ ବିଜେତା କାତାର ୨୭ ଥର ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ଗୋଲ୍ରକ୍ଷକ ଗୁରପ୍ରୀତ ସିଂହ ସାନ୍ଧୁ ଅଟକାଇ ଭାରତକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅନ୍ୟ ପକ୍ଷରେ ଭାରତ ୨ ଥର କାତାର ଗୋଲ୍ ପୋଷ୍ଟ୍କୁ ଆକ୍ରମଣ କରିବାକୁ ସକ୍ଷମ ହୋଇଥିଲା। ସାନ୍ଧୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ଫିଫା ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ: କାତାରଠୁ ପଏଣ୍ଟ୍ ଛଡ଼ାଇଲା ଭାରତ
/sambad/media/post_attachments/wp-content/uploads/2019/09/sagsrhdgncnmfuykfhmhfmfyjkfbmvmgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)