କ୍ୱାର୍ଟର ଫାଇନାଲ୍‌ରେ ସଂଘର୍ଷ କ୍ଲବ୍‌

ଖଣ୍ଡଗିରି: ୨୫ତମ ତମାଣ୍ଡୋ କପ୍‌ ଫୁଟବଲ୍‌ ପ୍ରତିଯୋଗିତାର ରବିବାର ଢେଙ୍କାନାଳର ପୁପଲାର କ୍ଲବ୍‌କୁ ୧-୦ ଗୋଲ୍‌ରେ ପରାସ୍ତ କରି ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି। ପ୍ରଥମାର୍ଧ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ଆଶିଷ ପ୍ରଧାନ (୫୪ ମିନିଟ୍‌)ଙ୍କ ଗୋଲ୍‌ ହିଁ ସଂଘର୍ଷ କ୍ଲବ୍‌କୁ ବିଜୟ ଭେଟି ଦେଇଥିଲା। ମ୍ୟାଚ୍‌ ପରିଚାଳନା କରିଥିଲେ ରାଜୁ ମହାନ୍ତି, ଅବିନାଶ ପଟ୍ଟନାୟକ, ଜ୍ୟୋତିରଂଜନ ସ୍ୱାଇଁ ଓ ବେଣୁଧର ଦାସ। ଆସନ୍ତା ୨ ତାରିଖ କ୍ୱାର୍ଟର ଫାଇନାଲ୍‌ରେ ସଂଘର୍ଷର ମୁକାବିଲା ଓଡ଼ିଶା ପୁଲିସ (କଟକ) ଦଳ ସହ ହେବ। ଭୁବନେଶ୍ୱର ଦୌଡ଼କୁଦ ସଂଘର ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ଅବସରପ୍ରାପ୍ତ କମାଣ୍ଡାଣ୍ଟ ଅରବିନ୍ଦ ମିତ୍ର, ପୂର୍ବତନ ଉପକ୍ରୀଡ଼ା ନିର୍ଦେଶକ ଆଶୋକ କୁମାର ମହାନ୍ତି ଓ ପୂର୍ବତନ ଫୁଟବଲ୍‌ ପ୍ରଶିକ୍ଷକ ଆର୍‌ କେ ମଣ୍ଡଳ ଅତିଥିଭାବେ ଯୋଗଦେଇ ବିଜୟୀ ଦଳର ଆଶିଷ ପ୍ରଧାନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର