ଡ୍ରିମ୍‌ସରେ ପଲିଫେଷ୍ଟ୍‌: ଦଳଗତ ଶୀର୍ଷରେ ବୋସ୍

କଟକ: ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଅନ୍ତଃ ପଲିଟେକନିକ୍‌ ପ୍ରତିଭା ଅନ୍ବେଷଣ ‘ପଲିଫେଷ୍ଟ-୨୦୧୮’ ଉଦ୍‌ଯାପିତ ହୋଇଛି। ଟାଙ୍ଗୀସ୍ଥିତ ଡ୍ରିମ୍‌ସ ସ୍ପୋର୍ଟସ କମ୍ଲେକ୍ସରେ ଅନୁଷ୍ଠିତ ଏହି ୪ ଦିନିଆ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବରେ ବିଭିନ୍ନ ଜିଲ୍ଲାର ୨୫ରୁ ଉର୍ଧ ପଲିଟେକନିକ୍‌ ଶିକ୍ଷାନୁଷ୍ଠାନରୁ ୩୦୦ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ଉଭୟ ଦଳଗତ ଓ ଏକକ ପର୍ଯ୍ୟାୟରେ କଟକସ୍ଥିତ ଭୁବନାନନ୍ଦ ସ୍କୁଲ ଅଫ ଇଜିନିୟରି˚ (ବୋସ) ସର୍ବାଧିକ ବିଭାଗରେ କୃତିତ୍ବ ହାସଲ କରି ଶୀର୍ଷରେ ରହିଛି। ବାଳକ ବର୍ଗରେ ୧୦ ବିଭାଗରେ ଡ୍ରିମ୍ସ ଦ୍ବିତୀୟ ସ୍ଥାନରେ ରହିଛି। ଆଇଜିଆଇଟି ସରାଙ୍ଗ ୮ଟି ବିଭାଗରେ ସଫଳତା ପାଇ ତୃତୀୟ ସ୍ଥାନରେ ରହିଛି। ସେହିପରି ବାଳିକା ବର୍ଗରେ ବୋସ୍‌ ସର୍ବାଧିକ ୧୧ ବିଭାଗରେ କୃତିତ୍ବ ପ୍ରଦର୍ଶନ କରି ଶୀର୍ଷରେ ରହିଥିଲା ବେଳେ ଢେ଼ଙ୍କାନାଳ ସରକାରୀ ପଲିଟେକନିକ ଦ୍ବିତୀୟ ଓ ଅନୁଗୁଳ ସରକାରୀ ପଲିଟେକନିକ ତୃତୀୟ ସ୍ଥାନରେ ରହିଛି । ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମୀର˚ଜନ ସାମନ୍ତରାୟ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ଫୁଟବଲ ଖେଳାଳି ରାଜେନ୍ଦ୍ର ପ୍ରସାଦ ସି˚, ବୋସ୍‌ର ଅଧ୍ୟକ୍ଷ ପ୍ରଫେସର ଅରୁଣ କୁମାର ମହାପାତ୍ର, ଡ୍ରିମ୍‌ସ ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ରଥ, ଏକାଡେମିକ ନିର୍ଦ୍ଦେଶକ ପ୍ରାଧ୍ୟାପକ ଲୋକନାଥ ବେହେରା, ଲୋକ ସଂପର୍କ ଅଧିକାରୀ ନିରାକାର ସାହୁ ଉପସ୍ଥିତ ଥିଲେ। ଦେବବ୍ରତ ପତି, ମିହିତା ମଧୁସ୍ମିତା ସାହୁ, ସୋୖମେନ୍ଦୁ ଦାସ ଓ ଡିନ୍‌ (ଛାତ୍ର କଲ୍ୟାଣ) ଶିବଚରଣ ବାରିକ ଉତ୍ସବ ପରିଚାଳନା କରିଥିଲେ। ଏଥିରେ ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, କ୍ରାଡା ନିର୍ଦ୍ଦେଶକ ନବକିଶୋର ମିଶ୍ର, ଅଧ୍ୟକ୍ଷା ତପସ୍ବିନୀ ସାହୁ, ଅଧ୍ୟକ୍ଷ ଆଶିଷ କୁମାର ସ୍ବାଇଁ, ପ୍ରଶାସନିକ ଅଧିକାରୀ ଆଶୁତୋଷ ଦ୍ବିବେଦୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର