ଫିଞ୍ଚ୍‌ଙ୍କ ଟେ୍ଵଣ୍ଟି-୨୦ କୀର୍ତିମାନ:ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାରେ ଜିମ୍ବାେଓ୍ଵକୁ ୧୦୦ ରନ୍‌ରେ ହରାଇଲା ଅଷ୍ଟ୍ରେଲିଆ

ହରାରେ: ଆରୋନ୍‌ ଫିଞ୍ଚ୍‌ଙ୍କ କୀର୍ତିମାନଭରା ପାଳି ବଳରେ ଅଷ୍ଟ୍ରେଲିଆ ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଙ୍ଗଳବାର ଘରୋଇ ଜିମ୍ବାେଓ୍ଵକୁ ୧୦୦ ରନ୍‌ରେ ପରାସ୍ତ କରିଦେଇଛି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଥିବା ଅଷ୍ଟ୍ରେଲିଆ ପକ୍ଷରୁ ପାଳି ଆରମ୍ଭ କରିଥିବା ଅଧିନାୟକ ଫିଞ୍ଚ୍‌ ମାତ୍ର ୭୬ ବଲ୍‌ରୁ ୧୭୨ ରନ୍‌ କରିଥିଲେ। ତାଙ୍କ ବିସ୍ଫୋରକ ପାଳିରେ ୧୬ ଚୌକା ଓ ୧୦ ଛକା ସାମିଲ ଥିଲା। ଆଉ ଏହି ପାଳି ବଳରେ ଫିଞ୍ଚ୍‌ ମଧ୍ୟ ନିଜ ନାମରେ ଥିବା ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ର କୀର୍ତିମାନକୁ ଟପି ଯାଇଥିଲେ। ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଏହା ପୂର୍ବରୁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ (୧୫୬ ରନ୍‌, ୨୦୧୩ରେ ଇଂଲଣ୍ଡ ବିପକ୍ଷରେ) ଫିଞ୍ଚ୍‌ଙ୍କ ନାମରେ ରହିଥିଲା। ଏଠାରେ ସେ ନିଜ କୀର୍ତିମାନକୁ ଟପି ପୁଣି ନୂଆ କୀର୍ତିମାନ ସ୍ଥାପନ କରିଛନ୍ତି। ତେବେ ଟେ୍ଵଣ୍ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ କୀର୍ତିମାନ ଏବେ ବି େଓ୍ଵଷ୍ଟଇଣ୍ଡିଜ୍‌ରେ କ୍ରିସ୍‌ ଗେଲ୍‌ଙ୍କ ନାମରେ ରହିଛି। ଗେଲ୍‌ ୨୦୧୩ ଆଇପିଏଲ୍‌ରେ କରିଥିବା ୧୭୫ ରନ୍‌ ଅତୁଟ ରହିଛି। ଫିଞ୍ଚ୍‌ ମଧ୍ୟ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକରେ ଏକମାତ୍ର ବ୍ୟାଟ୍‌ସମ୍ୟାନ୍‌ ଭାବେ ଦୁଇ ଥର ୧୫୦ରୁ ଅଧିକ ସ୍କୋର୍‌ କଲେ। ଯାହାକି ଏକ ବିଶ୍ୱ କୀତିମାନ। କେବଳ ସେତିକି ନୁହେଁ ୩୧ ବର୍ଷ ବୟସ୍କ ଫିଞ୍ଚ୍‌ ମଧ୍ୟ ଏହି ମ୍ୟାଚ୍‌ରେ ସାଥୀ ଡି ଆର୍ଚି ସଟ୍‌ର୍ଙ୍କ ସହ ମିଶି ପ୍ରଥମ ଓ୍ଵିକେଟ୍‌ରେ ୨୨୩ ରନ୍‌ର କୀର୍ତିମାନଭରା ଭାଗୀଦାରି କରିଥିଲେ। ଏକ୍ଷେତ୍ରରେ ଫିଞ୍ଚ୍‌-ସର୍ଟ ଯୋଡ଼ି ୨୦୧୬ରେ ପାକିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ ଓ କେନ୍‌ ଓ୍ଵିଲିୟମ୍‌ସନ୍‌ଙ୍କ ନାମରେ ଥିବା ୧୭୧ ରନ୍‌ ଭାଗୀଦାରି କୀର୍ତିମାନକୁ ପଛରେ ପକାଇ ଦେଇଥିଲେ। ତେବେ ଟେ୍ଵଣ୍ଟି-୨୦ରେ ସର୍ବାଧିକ ଭାଗୀଦାରି ବିରାଟ କୋହଲି ଓ ଏବି ଡିଭିଲିୟର୍ସଙ୍କ ନାମରେ ରହିଛି। କୋହଲି-ଡିଭିଲିୟର୍ସ ୨୦୧୬ ଆଇପିଏଲ୍‌ରେ ଗୁଜରାଟ ଲାୟନ୍‌ସ ବିପକ୍ଷ ମ୍ୟାଚ୍‌ରେ ୨୨୯ ରନ୍‌ କରିଥିଲେ।
ଫିଞ୍ଚ୍‌ (୧୭୨) ଓ ସର୍ଟ (୪୬)ଙ୍କ ପାଳି ବଳରେ ଅଷ୍ଟ୍ରେଲିଆ ୨ ଓ୍ଵିକେଟ୍‌ ବିନିମୟରେ କରିଥିଲା ୨୨୯ ରନ୍‌। ମୁଜାରବାନୀ ଜିମ୍ବାେଓ୍ଵର ସଫଳ ବୋଲର ଭାବେ ୨ଟିଯାକ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଜିମ୍ବାେଓ୍ଵ ପୂରା ୨୦ ଓଭର ଖେଳିଥିଲେ ମଧ୍ୟ ୯ ଓ୍ଵିକେଟ୍‌ ହରାଇ ୧୨୯ ରନ୍‌ରେ ସୀମିତ ରହିଗଲା। ଆଣ୍ଡରୁ ଟାଇ (୪-୧-୧୨-୩) ଏବଂ ଅଷ୍ଟନ ଅଗର (୪-୧-୧୬-୨) ଘାତ ବୋଲିଂ କରି ଜିମ୍ବାେଓ୍ଵକୁ ୧୦୦ ରନ୍‌ରେ ହାରିବାକୁ ବାଧ୍ୟ କରିଥିଲେ। ଫିଞ୍ଚ୍‌ଙ୍କୁ ତାଙ୍କ ବିଶ୍ୱ କୀର୍ତିମାନ ପାଳି ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର