ପ୍ରଥମ ଓ ଶେଷ ଟେଷ୍ଟ୍‌ ଶତକରେ କୁକ୍‌ ପଞ୍ଚମ

ସାଉଥମ୍ପଟନ୍‌: ବିଦାୟୀ ଟେଷ୍ଟ୍‌ରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ନିଜ ବଳିଷ୍ଠ ଛାପ ଛାଡ଼ିଛନ୍ତି। ପ୍ରଥମ ଏବଂ ଶେଷ ଟେଷ୍ଟ୍‌ରେ ଶତକ ଅର୍ଜନ କରିବାରେ କୁକ୍‌ ବିଶ୍ୱର ପଞ୍ଚମ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଅଷ୍ଟ୍ରେଲିଆର ରେଜିନାଲ୍ଡ ଡଫ୍‌, ଓ୍ଵିଲିୟମ୍‌ ପନ୍ସଫୋର୍ଡ, ଗ୍ରେଗ୍‌ ଚାପେଲ ଓ ଭାରତର ମହମ୍ମଦ ଆଝାରୁଦ୍ଦିନ ଏଭଳି କୀର୍ତ୍ତିମାନ କରିଥିଲେ। ମଜାଦାର କଥା ହେଲା କୁକ୍‌ ଦୁଇଟି ଯାକ ଶତକ ଭାରତ ବିପକ୍ଷରେ ଅର୍ଜନ କରିଛନ୍ତି। ସମାନ ପ୍ରତିପକ୍ଷଙ୍କ ବିପକ୍ଷରେ ପଦାର୍ପଣ ଏବଂ ବିଦାୟୀ ଶତକ ଅର୍ଜନରେ କୁକ୍‌ ତୃତୀୟ ଖେଳାଳି ହୋଇଛନ୍ତି। ୨୦୦୬ରେ ନାଗପୁରଠାରେ ୧୦୪* ରନ୍‌ର ଅପରାଜିତ ପାଳି ଖେଳି ସେ ଟେଷ୍ଟ୍‌ ଜୀବନ ଆରମ୍ଭ କରିଥିଲେ। ସାଉଥମ୍ପଟନରେ ଖେଳିଥିବା ୧୪୭ ରନ୍‌ର ପାଳି ତାଙ୍କର ୩୩ତମ ଶତକ। କୁକ୍‌ ମଧ୍ୟ ଟେଷ୍ଟ୍‌ କ୍ରିକେଟରେ ଇଂଲଣ୍ଡର ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ଅବସର ନେଇଛନ୍ତି। ସାଉଥମ୍ପଟନ୍‌ ଟେଷ୍ଟର ପ୍ରଥମ ପାଳିରେ ୭୧ ରନ୍‌ କରି କୁକ୍‌ ଶତକରୁ ବଞ୍ଚିତ ହୋଇଥିଲେ। ଦ୍ୱିତୀୟ ପାଳିରେ କିନ୍ତୁ ସେ ଏଭଳି କୌଣସି ତ୍ରୁଟି ନ କରି ୨୧୦ ବଲ୍‌ରୁ ତିନି ଅଙ୍କ ଛୁଇଁଥିଲେ। ୭୬ ରନ୍‌ରେ ଥିଲା ବେଳେ କୁମାର ସାଙ୍ଗାକାରାଙ୍କୁ କାଟି ସର୍ବାଧିକ ରନ୍‌ ସଂଗ୍ରହକାରୀ ବାମହାତୀ ବ୍ୟାଟ୍ସମ୍ୟାନ୍‌ ହେବାର ଗୌରବ ଅର୍ଜନ କରିଥିଲେ। ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, ଜ୍ୟାକ୍‌ କାଲିସ୍‌ ଓ ରାହୁଲ ଦ୍ରାବିଡଙ୍କ ପରେ ସେ ପଞ୍ଚମ ସର୍ବାଧିକ ରନ୍‌ ସଂଗ୍ରହକାରୀ ଭାବେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନରେ ପୂର୍ଣ୍ଣଛେଦ ଟାଣିଛନ୍ତି।
ଖେଳାଳି ପ୍ରଥମ ଟେଷ୍ଟ୍‌ ଶେଷ ଟେଷ୍ଟ୍‌
ରେଜିନାଲ୍ଡ ଡଫ୍‌ ୧୦୪ ବନାମ ଇଂଲଣ୍ଡ ୧୯୦୨ ୧୪୬ ବନାମ ଇଂଲଣ୍ଡ ୧୯୦୫
ଓ୍ଵିଲିୟମ୍‌ ପନ୍ସଫୋର୍ଡ ୧୧୦ ବନାମ ଇଂଲଣ୍ଡ ୧୯୨୪ ୨୬୬ ବନାମ ଇଂଲଣ୍ଡ ୧୯୩୪
ଗ୍ରେଗ୍‌ ଚାପେଲ ୧୦୮ ବନାମ ଇଂଲଣ୍ଡ ୧୯୭୦ ୧୯୨ ବନାମ ପାକିସ୍ତାନ ୧୯୮୪
ମହମ୍ମଦ ଆଝାରୁଦ୍ଦିନ ୧୧୦ ବନାମ ଇଂଲଣ୍ଡ ୧୯୮୪ ୧୦୨ ବନାମ ଦକ୍ଷିଣ ଆଫ୍ରିକା ୨୦୦୦
ଆଲେଷ୍ଟର କୁକ୍‌ ୧୦୪* ବନାମ ଭାରତ ୨୦୦୬ ୧୪୭ ବନାମ ଭାରତ ୨୦୧୮
ଭାରତ-ଇଂଲଣ୍ଡ୍‌ ସ୍କୋର୍‌ କାର୍ଡ
ଇଂଲଣ୍ଡ୍‌ ପ୍ରଥମ ପାଳି: ୩୩୨
ଭାରତ ପ୍ରଥମ ପାଳି: ୨୯୨
ଇଂଲଣ୍ଡ୍‌ ଦ୍ୱିତୀୟ ପାଳି:
ଆଲିଷ୍ଟର କୁକ୍‌-କ-ପନ୍ତ୍‌-ବୋ-ବିହାରୀ-୧୪୭
ଜେନିଙ୍ଗ୍‌ସ-ବୋ-ମହମ୍ମଦ ସାମି-୧୦
ମୋଇନ୍‌ ଅଲ୍ଲୀ-ବୋ-ଜାଦେଜା-୨୦
ଜୋ ରୁଟ୍‌-କ-ପାଣ୍ଡ୍ୟା-ବୋ-ବିହାରୀ-୧୨୫
ବେୟାରଷ୍ଟୋ-ବୋ-ମହମ୍ମଦ ସାମି-୧୮
ବେନ୍‌ ଷ୍ଟୋକ୍‌ସ-କ-ରାହୁଲ୍‌-ବୋ-ଜାଦେଜା-୩୭
ବଟ୍ଟଲର୍‌-କ-ସାମି-ବୋ-ଜାଦେଜା-୦୦
ସାମ୍‌ କରନ୍‌-କ-ପନ୍ତ୍‌-ବୋ-ବିହାରି-୨୧
ଆଦିଲ୍‌ ରସିଦ୍‌-ଅପରାଜିତ-୨୦
ଅତିରିକ୍ତ: (ବା-୧୩୪ ଲେବା-୪, ଓ୍ଵା-୨, ପେନାଲ୍‌ଟି-୫)୨୫
ମୋଟ-(୧୧୨.୩ ଓଭର, ୮ ଓ୍ଵିକେଟ୍‌)-୪୨୩
ଓ୍ଵିକେଟ୍‌ ପତନ-୧/୨୭, ୨/୬୨, ୩/୩୨୧, ୪/୩୨୧, ୫/୩୫୫, ୬/୩୫୬, ୭/୩୯୭, ୮/୪୨୩।
ବୋଲିଂ: ଯଶ୍‌ପ୍ରିତ୍‌ ବୁମ୍‌ରା ୨୩-୪-୬୧-୦, ଇଶାନ୍ତ ଶର୍ମା ୮-୩-୧୩-୦, ମହମ୍ମଦ ସାମି ୨୫-୩-୧୧୦-୨, ରବୀନ୍ଦ୍ର ଜାଦେଜା ୪୭-୩-୧୭୯-୩, ହନୁମା ବିହାରି ୯.୩-୧-୩୭-୩ ।
ଭାରତ ଦ୍ୱିତୀୟ ପାଳି:
ଲୋକେଶ୍‌ ରାହୁଲ୍‌-ଅପରାଜିତ-୪୬
ଶିଖର ଧାଓ୍ଵନ୍‌-ଏଲ୍‌ବି-ବୋ-ଆଣ୍ଡରସନ୍‌-୦୧
ପୂଜାରା-ଏଲ୍‌ବି-ବୋ-ଆଣ୍ଡରସନ୍‌-୦୦
କୋହଲି-କ-ବେୟାରଷ୍ଟୋ-ବୋ-ବ୍ରଡ୍‌-୦୦
ରହାଣେ-ଅପରାଜିତ-୧୦
ଅତିରିକ୍ତ: (ଲେଗ୍‌ ବାଏ-୧)୦୧
ମୋଟ-(୧୮ ଓଭର, ୩ ଓ୍ଵିକେଟ୍‌)-୫୮
ଓ୍ଵିକେଟ୍‌ ପତନ-୧/୧, ୨/୧, ୩/୨।
ବୋଲିଂ: ଜେମ୍‌ସ ଆଣ୍ଡରସନ୍‌ ୫-୨-୨୩-୨, ଷ୍ଟୁଆର୍ଟ ବ୍ରଡ୍‌ ୫-୦-୧୭-୧, ମୋଇନ ଅଲ୍ଲୀ ୪-୧-୮-୦, ସାମ୍‌ କରନ ୨-୧-୧-୦, ବେନ୍‌ ଷ୍ଟୋକ୍ସ ୨-୧-୮-୦।

ସମ୍ବନ୍ଧିତ ଖବର