ଟିଟିରୁ ପ୍ରଥମ ପଦକ

ଭାରତୀୟ ପୁରୁଷ ଟେବୁଲ ଟେନିସ୍‌ ଦଳ ମଙ୍ଗଳବାର ଇତିହାସ ରଚିଛି। ଏସୀୟ କ୍ରୀଡ଼ା ଇତିହାସରେ ପ୍ରଥମ ଥର ପାଇଁ ପଦକ ଜିତିବାର କୀର୍ତ୍ତିମାନ କରିଛି। ସେମିଫାଇନାଲରେ କୋରିଆଠାରୁ ୦-୩ରେ ହାରି କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛି ଭାରତୀୟ ଦଳ। ତେବେ ଏଥିପାଇଁ ଭାରତୀୟ ଟେବୁଲ ଟେନିସ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଜି ସାଥୀଆନ୍‌, ଅଚାନ୍ତ ସରଥ କମଲ ଏବଂ ଏ ଅମଲରାଜଙ୍କୁ ନେଇ ଗଠିତ ଭାରତୀୟ ଦଳ ତିନିଟି ଯାକ ମ୍ୟାଚ୍‌ ହାରି ଯାଇଥିଲା। ଏହା ପୂର୍ବରୁ ଭାରତ ଜାପାନକୁ ୩-୧ରେ ହରାଇ ସେମିଫାଇନାଲରେ ପ୍ରବେଶ କରିଥିଲା। ଏସୀୟ କ୍ରୀଡ଼ାରେ ୧୯୫୮ରୁ ଟିଟି ସାମିଲ ହୋଇଥିଲେ ମଧ୍ୟ କେବଳ ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ଏହି ଖେଳରେ ପଦକ ଜିତିଛନ୍ତି। ଭାରତ ମଙ୍ଗଳବାର ଏଥିରେ ସାମିଲ ହୋଇଛି।

ସମ୍ବନ୍ଧିତ ଖବର