ଟସ୍‌ ଜିଣି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତ କରିବ ବ୍ୟାଟିଂ

ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦

ଗୌହାଟୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ଦ୍ୱିତୀୟ ଟି-୨୦ ମ୍ୟାଚ୍‌। ଟସ୍‌ ଜିଣି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଭାରତ ବ୍ୟାଟିଂ କରିବ। ଆସାମର ଗୌହାଟୀର ବାରସପରା ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳାଯିବାକୁ ଥିବା ମ୍ୟାଚ ବିଜୟୀ ହୋଇ ଭାରତ ନୂଆ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷେ ଅଷ୍ଟ୍ରେଲିଆ ମ୍ୟାଚ ଜିଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିବ। ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଷ୍ଟିଭ୍‌ଙ୍କ ସ୍ଥାନରେ ଉପଅଧିନାୟକ ଡାଭିଡ ଓ୍ଵାର୍ଣ୍ଣର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଭାରତ ପୂର୍ବରୁ ବର୍ଷା ବାଧିତ ରାଞ୍ଚି ଟି-୨୦ରେ ବିଜୟୀ ହୋଇ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ରହିଛି।

ସମ୍ବନ୍ଧିତ ଖବର