ଭାରତ-ଅଷ୍ଟ୍ରେଲିଆ ୨ୟ ଟି-୨୦: ଶୀର୍ଷ ଖେଳାଳି ଫେରିଲେ ପାଭଲିୟନ, ଭାରତ ୬/୬୭

ଗୌହାଟୀ: ଓପନର ରୋହିତ ଶର୍ମା(୮), ଶିଖର ଧାଓ୍ଵନ(୨), ବିରାଟ କୋହଲି(୦) ଓ ମନୀଷ ପାଣ୍ଡେ(୬) ପାଭଲିୟନକୁ ଫେରିଛନ୍ତି। ଜସନ ବେହେରନଡ୍ରଫଙ୍କ ବଲକୁ ସମ୍ମୁଖୀନ ହୋଇ ନ ପାରି ଭାରତ ୪୩ଓଭରରେ ୪ଟି ଓ୍ଵିକେଟରେ ୨୭ ରନ୍‌ ସଂଗ୍ରହ କରିଥିଲା। ପ୍ରଥମେ ରୋହିତ ଶର୍ମା ମାତ୍ର ୪ଟି ବଲ ଖେଳି ଏଲବିଡବ୍ଲୁ ହୋଇଥିଲେ। ଶିଖର ଧାଓ୍ଵନ ଡେଭିଡ଼ ଓ୍ଵାର୍ଣ୍ଣରଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିବା ବେଳେ ବିରାଟ କୋହଲିଙ୍କୁ ନିଜେ କ୍ୟାଚ ନେଇଥିଲେ ବେହେରନଡ୍ରଫ। ମନୀଷ ପାଣ୍ଡେ, ପାଇନଙ୍କୁ କ୍ୟାଚ ଦେଇଥିଲେ। ସେହିପରି ମହେନ୍ଦ୍ର ସିଂହ ଧୋନି ୧୬ଟି ବଲ ଖେଳି ୧୩ ରନ୍‌ ସଂଗ୍ରହ କରିବା ପରେ ଆଦାମ ଜାମ୍ପାଙ୍କ ବଲ ପାଇନଙ୍କୁ ଦେଇଥିଲେ।

ଭାରତର ପ୍ରଥମ ଓ ୨ୟ ଓ୍ଵିକେଟ ୮ରନ୍‌ରେ, ୩ୟ ଓ୍ଵିକେଟ ୧୬ ରନ୍‌ରେ, ୪ର୍ଥ ଓ୍ଵିକେଟ ୨୭ରନ୍‌ରେ ଓ ୫ମ ଓ୍ଵିକେଟ୬୦ ରନ୍‌ରେ ପଡ଼ିଛି। ଭାରତ ୧୧.୧ ଓଭର ପରିସମାପ୍ତି ପରେ ୬୭ ରନ୍‌ ସଂଗ୍ରହ କରିିଛି।

ଆସାମର ଗୌହାଟୀର ବାରସପରା ଷ୍ଟାଡିୟମରେ ଖେଳାଯାଉଥିବା ୨ୟ ଟି-୨୦ରେ ଅଷ୍ଟ୍ରେଲିଆ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ମ୍ୟାଚ ବିଜୟୀ ହୋଇ ଭାରତ ନୂଆ ରେକର୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି। ଅପରପକ୍ଷେ ଅଷ୍ଟ୍ରେଲିଆ ମ୍ୟାଚ ଜିଣିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି। ୩ଟି ଟି-୨୦ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଷ୍ଟିଭ୍‌ଙ୍କ ସ୍ଥାନରେ ଉପଅଧିନାୟକ ଡେଭିଡ ଓ୍ଵାର୍ଣ୍ଣର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି। ଭାରତ ପୂର୍ବରୁ ବର୍ଷା ବାଧିତ ରାଞ୍ଚି ଟି-୨୦ରେ ବିଜୟୀ ହୋଇ ଶୃଙ୍ଖଳାର ୧-୦ରେ ଅଗ୍ରଣୀ ରହିଛି।

ସମ୍ବନ୍ଧିତ ଖବର