ସମୁଦ୍ର ପତ୍ତନ ଠାରୁ ୧୪, ୫୦୦ ଫୁଟ ଉଚ୍ଚରେ ଫୁଟବଲ ମ୍ୟାଚ୍‌, ଭାଗ ନେଲେ ୪୦ ଟିମ୍‌

ଲେହ/ଲଦାଖ: ସମୁଦ୍ର ପତ୍ତନ ଠାରୁ ୧୪,୫୦୦ଫୁଟ ଉଚ୍ଚରେ ଫୁଟବଲ ମ୍ୟାଚ୍‌ ଖେଳ ହେଉଛି। ସେଥିରେ ପୁଣି ୪୦ଟି ଟିମ୍‌ ଭାଗ ନେଇଛନ୍ତି। ଯେଉଁ ଦର୍ଶକମାନେ ଏହାକୁ ଉପଭୋଗ କରୁଛନ୍ତି, କେବେ ବି ଭୁଲି ପାରିବେ ନାହିଁ। ଭାରତ ତିବ୍ଦତ ସୀମା ପୁଲିସ ବଳ(ଆଇଟିବିପି) ପକ୍ଷରୁ ଲଦାଖର ସୀମାବର୍ତ୍ତି ଗାଁଗୁଡ଼ିକ ପାଇଁ ଏଭଳି ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଚାଲିଛି। ପୂର୍ବରୁ ଭାରତରେ ସମୁଦ୍ର ପତ୍ତନ ଠାରୁ ଏତେ ଉଚ୍ଚରେ କେବେ ଫୁଟବଲ ମ୍ୟାଚ ଆୟୋଜନ ହୋଇ ନ ଥିଲା। ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନରେ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି।

ଗତ ଅକ୍ଟୋବର ୨୦ରୁ ଆରମ୍ଭ ହୋଇଥିବା ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନ ଲଦାଖ ହିଲ ଡେଭଲପ୍‌ମେଣ୍ଟର ମୁଖ୍ୟ କାର୍ଯ୍ୟକାରୀ କାଉନସିଲର ଡାକ୍ତର ସୋନମ ଦାବା ଲୋମ୍ପୋ ଦ୍ୱାରା କରାଯାଇଛି।

ଆଇଟିବିପିର ମୁଖପାତ୍ର ବିବେକ କୁମାର ପାଣ୍ଡେ କହିଛନ୍ତି, ଲଦାଖର ପରିସ୍ଥିତିରେ ଯେଉଁଠାରେ ଅମ୍ଲଜାନର ମାତ୍ରା ବହୁତ କମ ପରିମାଣରେ ଥାଏ, ଶ୍ୱାସ ନେବାର ସାଧାରଣ ଜନତାକୁ ହଇରାଣ ହେବାକୁ ପଡ଼ିଥାଏ। ଅମ୍ଲଜାନର ପରିମାଣ କମ୍‌ ଥିବା ସତ୍ତ୍ୱେ ଏଠାରେ ଫୁଟବଲ ମ୍ୟାଚ ଆୟୋଜନ କରିବା ବଡ଼ କଥା। ସୀମାନ୍ତ ଗ୍ରାମଗୁଡ଼ିକରୁ ପ୍ରତିଭା ସମ୍ପନ୍ନ ଖେଳାଳି ବାହାର କରିବା ଏହି ଟୁର୍ଣ୍ଣାମେଣ୍ଟର ମୂଳ ଲକ୍ଷ୍ୟ ବୋଲି ପାଣ୍ଡେ କହିଛନ୍ତି।

ସମ୍ବନ୍ଧିତ ଖବର