ନୂଆଦିଲ୍ଲୀ,: ବିସିସିଆଇର ପୂର୍ବତନ ମହାପ୍ରବନ୍ଧକ ଏମଭି ଶ୍ରୀଧରଙ୍କର ସୋମବାର ଅପରାହ୍ନରେ ହୃଦଘାତରେ ପରଲୋକ ହୋଇ ଯାଇଛି। ମୃତ୍ୟୁ ବେଳକୁ ତାଙ୍କ ୫୧ ବର୍ଷ ହୋଇଥିଲା। ଦୋହରା ସ୍ୱାର୍ଥ ବିବାଦରେ ଛନ୍ଦି ହେବା ପରେ ଗତ ସେପ୍ଟେମ୍ବର ମାସରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ। ପେସାରେ ଜଣେ ଡାକ୍ତର ଥିବା ଶ୍ରୀଧରଙ୍କୁ ହାଇଦ୍ରାବାଦ ସୃଷ୍ଟି କରିଥିବା ସବୁଠାରୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ମିଳେ। ହେଲେ ସେ କେବେବି ଜାତୀୟ ଦଳରେ ସ୍ଥାନ ପାଇ ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିଜ କଳାତ୍ମକ ବ୍ୟାଟିଂ ପାଇଁ ପରିଚିତ ଶ୍ରୀଧର ନିଜ ପ୍ରଥମ ରଣଜୀ ମ୍ୟାଚରେ ଶତକ ଅର୍ଜନ କରିଥିଲେ। ସେ ମଧ୍ୟ ୧୯୯୩-୯୪ରେ ଆନ୍ଧ୍ର ବିପକ୍ଷରେ ୩୬୬ ରନ୍ର ପାଳି ଖେଳିଥିଲେ। ୨୦୦୦ ମସିହାରେ ମାତ୍ର ୩୩ ବର୍ଷ ବୟସରେ ସେ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ସେ ୯୭ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୨୧ ଶତକ ଏବଂ ୨୭ ଅର୍ଧଶତକ ସହାୟତାରେ ୬୭୦୧ ରନ୍ କରିଥିଲେ। ୨୦୧୩ ମସିହାରେ ସେ ବିସିସିଆଇର ମହାପ୍ରବନ୍ଧକ ନିଯୁକ୍ତ ହୋଇଥିଲେ। ଶ୍ରୀଧର ମଧ୍ୟ ଆଇସିସି ବୈଠକରେ ବିସିସିଆଇର ପ୍ରତିନିଧିତ୍ୱ କରିଥିଲେ।